ହୃଦୟର ହେବ ମରାମତି! ହୃଦଘାତ ପରେ ହେଉଥିବା କ୍ଷତର ମରାମତି ପାଇଁ ଆସିଲା ଔଷଧ …

171

କନକ ବ୍ୟୁରୋ: ହୃଦଘାତ ପରେ ଆମ ହୃଦୟ ଦୁର୍ବଳ ହୋଇଯାଏ । ହୃତପିଣ୍ଡରେ ମାଂସପେଶୀ, ବିଭିନ୍ନ ସ୍ତର ଏବଂ ବଲବରେ ଅନେକ କ୍ଷତ ହୋଇଯାଏ । ତେବେ ବର୍ତ୍ତମାନ ଏହିଭଳି ସମସ୍ୟାର ସମାଧାନ କରାଯାଇପାରିବ । ଅର୍ଥାତ ହୃଦୟର ବି ମରାମତି କରାଯାଇପାରିବ । କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଏଥିପାଇଁ ସ୍ୱତନ୍ତ୍ର ଭାବେ ଏକ ବାୟୋଜେଲ ପ୍ରସ୍ତୁତ କରିଛନ୍ତି । ଯାହା ହୃଦଘାତ ପରେ ହୃଦୟରେ ହୋଇଥିବା କ୍ଷତକୁ ଠିକ କରିବାର କାମ କରିପାରିବ । ବୈଜ୍ଞାନିକଙ୍କ ଦାବି ଏହା ଯେ ଏହାର ସଫଳ ପରୀକ୍ଷଣ ଶେଷ ହୋଇସାରିଛି । ତେବେ ଆସନ୍ତୁ ଜାଣିନେବା ଯେ ବାୟୋଜେଲକୁ ଶରୀରରେ କେମିତି ପହଞ୍ଚାଯାଇଥାଏ । ଏହା ଶରୀରରେ କେମିତି କାମ କରିଥାଏ ଏବଂ ଏବେ ସୁଦ୍ଧା ହୋଇଥିବା ପରୀକ୍ଷଣରେ କଣ ସବୁ ସଫଳତା ସାମ୍ନାକୁ ଆସିଛି ।

ଡେଲି ମେଲର ରିପୋର୍ଟ ଅନୁସାରେ ବୈଜ୍ଞାନିକମାନେ ଯେଉଁ ବାୟୋଜେଲକୁ ପ୍ରସ୍ତୁତ କରିଛନ୍ତି ତାହା ଏକ ବହଳିଆ ଜେଲ । ହୃଦଘାତର ଶିକାର ହୋଇଥିବା ବ୍ୟକ୍ତି ଏହା ବ୍ୟବହାର କରିପାରିବେ । ସେମାନେ ଏଥିପାଇଁ ଏଥିରେ ପାଣି ମିଶାଇ ଏହାକୁ ସାମାନ୍ୟ ପତଳା କରିପାରିବେ । ଏହା ପରେ ଏହାକୁ ଇଞ୍ଜେକସନ ଜରିଆରେ ଶରୀର ଭିତରକୁ ନିଆଯାଇଥାଏ । ଗୋଟିଏ ଥର ଏହା ଶରୀରରେ ପହଞ୍ଚିବା ପରେ ଏହା କ୍ଷତିଗ୍ରସ୍ତ ହୋଇଥିବା ଅଂଶକୁ ଯାଏ ଏବଂ ତାର ମରାମତି କରିବା ଆରମ୍ଭ କରିଦେଇଥାଏ ।

ହୃଦୟରେ ହୋଇଥିବା କ୍ଷତ କାରଣରୁ ଏଥିରେ ଅନେକ ଦାଗ ଦେଖାଯାଇଥାଏ । ଦେହର ବିଭିନ୍ନ ଅଂଶକୁ ପହଞ୍ଚୁଥିବା ରକ୍ତବାହିକାକୁ ଏହି ଜେଲ ଦ୍ୱାରା ଠିକ କରାଯାଇପାରିବ । ଏହାର ପରୀକ୍ଷଣ ବିଭିନ୍ନ ପଶୁଙ୍କ ଉପରେ କରାଯାଇଛି, ଯାହା ସଫଳ ହୋଇଛି । ବର୍ତ୍ତମାନ ବୈଜ୍ଞାନିକ ଗୋଟିଏ ବର୍ଷ ମଧ୍ୟରେ ଏହାର ପରୀକ୍ଷଣ ମଣିଷଙ୍କ ଉପରେ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ଦଳର କହିବା କଥା ଯେ, ଏହା ବାୟୋଜେଲ ମଣିଷ ଶରୀରର କୋଷିକାକୁ ବୃଦ୍ଧି କରିବାର କାମ କରିଥାଏ । ଏହା ହେବା ଦ୍ୱାରା ହୃଦଘାତ ପରେ ହୋଇଥିବା କ୍ଷତ ଗୁଡିକର ମରାମତି ହୋଇଥାଏ ।

ବର୍ତ୍ତମାନ ସମୟରେ କ୍ଷୟକୁ ମରାମତି କରିବା ପାଇଁ ବାୟୋଜେଲର ବ୍ୟବହାର ସଫଳ ହୋଇଛି । ଏହି କାରଣରୁ ଗବେଷକଙ୍କ ଟିମ୍ ବାୟୋଜେଲକୁ ଶ୍ରେଷ୍ଠ ବିକଳ୍ପ ଭାବେ ଗ୍ରହଣ କରୁଛନ୍ତି । ଏହାକୁ ଅତି ସହଜରେ ଶରୀରରେ ପ୍ରବେଶ କରାଯାଉଥିବାରୁ ଶରୀରରେ ଏହା ପହଞ୍ଚିବା ପାଇଁ କଷ୍ଟର ସାମ୍ନା କରିବାକୁ ପଡିନଥାଏ ।

ଗବେଷଣାର ତଥା ଅନୁସାରେ, ଯେତେବେଳେ ଏହାର ଟ୍ରାଏଲ ମୂଷାଙ୍କ ଉପରେ କରାଯାଇଥିଲା ସେତେବେଳେ ଶରୀରରେ କଷ୍ଟ କମିଥିଲା ଏବଂ କ୍ଷତ ମଧ୍ୟ ସମ୍ପୂର୍ଣ୍ଣ ମରାମତି ହୋଇଯାଇଥିଲା । ବୈଜ୍ଞାନିକ ଏହା ମଧ୍ୟ ଦାବି କରୁଛନ୍ତି ଯେ ପରୀକ୍ଷଣ ବେଳେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଚକିତ କରିଛି । ଆଗାମୀ ପର୍ଯ୍ୟାୟର ପରୀକ୍ଷଣରେ ଏହାକୁ ମଣିଷ ଉପରେ ପ୍ରୟୋଗ କରାଯିବ ଯେଉଁଥି ପାଇଁ ଏଫଡିଏର ଅନୁମତି ମଗାଯାଇଛି ।

ହୁ’ର ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ସବୁଠାରୁ ଅଧିକ ମୃତ୍ୟୁ ହୃଦଜନିତ ସମସ୍ୟା ପାଇଁ ହେଉଛି । କେବଳ ଆମେରିକାରେ ପ୍ରତ୍ୟେକ ବର୍ଷ ୭ ଲକ୍ଷ ୮୫ ହଜାର ଲୋକଙ୍କର ହୃଦଘାତରେ ହେଉଛି । ହୃଦଘାତ ପରେ ଏହାର ମରାମତି ପାଇଁ କୌଣସି ମେଡିସିନ ଆସିନାହିଁ । ତେବେ ବାୟୋଜେଲ ଏହାର ଏକ ବଡ ଉପଚାର ଭାବେ ସାମ୍ନାକୁ ଆସିଛି ।