ଝାରପଡ଼ା ଜେଲରେ ବିଜେପି ଟିମ୍ : ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ଗିରଫ ଯୁବମୋର୍ଚ୍ଚା ନେତା ଓ କର୍ମୀଙ୍କୁ ଭେଟିଲେ

138

କନକ ବ୍ୟୁରୋ : ବିଧାନସଭା ଘେରାଉ ବେଳେ ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ଯୁବ ମୋର୍ଚ୍ଚା କର୍ମୀଙ୍କୁ ଭେଟିଲା ବିଜେପି ଟିମ୍ । ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ଜେଲରେ ଭେଟିଲେ ଟିମ୍ । ବିରୋଧୀ ଦଳ ନେତାଙ୍କ ସମେତ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ସୁରଜ ସୂଯ୍ୟବଂଶୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନବଚରଣ ମାଝୀଙ୍କ ସମେତ ଦଳ ବିଧାୟକ ଓ ନେତା ସାମିଲ ହୋଇଛନ୍ତି । ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଦ୍ୱାରା ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ସମେତ ୨୨ଜଣ ।