ଚାଲିଛି ବାଘ ଖୋଜା : ଯନ୍ତା ଆଣି ବାଘକୁ ଧରିବା ପାଇଁ ବନବିଭାଗର କସରତ୍

81

କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲା ଟିମିନା ଲଣ୍ଡା ପାହାଡ଼ରେ ଚାଲିଛି ବାଘ ଖୋଜା । ବନବିଭାଗକୁ ଚକମା ଦେଇ ପୁଣି ଲୁଚି ଯାଇଥିବା କଲରାପତରିଆ ବାଘକୁ ଖୋଜିବା ପାଇଁ ଲାଗିପଡିଛି ବନବିଭାଗ । ଜନ୍ତା ଆଣି ବାଘକୁ ଧରିବାକୁ ପ୍ରୟାସ ଚାଲିଛି । ଏପରିକି ଛେଳି ଦେଇ ବାଘକୁ ଧରିବାକୁ ବି ଉଦ୍ୟମ କରାଯାଉଛି ।

ଗତକାଲିର ଯୋଜନା ବିଫଳ ହେବା ପରେ ଆଜି ପୁଣି ଲାଗିପଡିଛନ୍ତି ବନ ବିଭାଗ କର୍ମଚାରୀ । ଗତକାଲି ରାତିରୁ ଅନ୍ୟ ଏକ ବୁଦାରେ ବାଘ ଲୁଚିରହିଛି । ଆଜି ପୁଣି ବାଘକୁ ଖୋଜି ଆୟତ କରିବାରେ ଲାଗିଛନ୍ତି ବନ କର୍ମଚାରୀ । ଟିମନା ଲଣ୍ଡା ପାହାଡ ଅଂଚଳରେ ବାଘ ଧରିବା ଚାଲିଛଇ ଅପରେସନ । ଏପରିକି ଟିମନା ପାହାଡ ନିକଟ ଏକ ଜଳ ଉତ୍ସ ନିକଟରେ ବାଘର ପାଦ ଚିହ୍ନ ମିଳିଛି ।

ବାଘଟି ବୁଦାରୁ ବାହାରି ରାତିରେ ପାଣି ପିଇବା ପାଇଁ ଆସିଥିବା ଆକଳନ କରାଯାଉଛି । ବଡ଼ଗାଁ ଫରେଷ୍ଟ ରେଂଜ ଅନ୍ତର୍ଗତ ଗେଲେଇବାହାଲ ଓ ଟିମନା ଗାଁରେ ବୁଧବାର ସକାଳ ୧୦ଟାରେ କଲରାପତରିଆ ବାଘ ଦେଖାଦେଇଥିଲା । ବାଘକୁ ଟ୍ରାଙ୍କୁଲାଇଜ କରି ଧରିବାକୁ ବନ ବିଭାଗ ଯୋଜନା କରିଥିଲା । ଏଥିପାଇଁ ରାଉରକେଲାରୁ ୫ଜଣିଆ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ । ହେଲେ ଟ୍ରାଙ୍କୁଲାଇଜ ଯୋଜନା ଫେଲ ମାରିଥିଲା ।

ଜାଲରେ ଛନ୍ଦି ବାଘକୁ ଧରିବାକୁ ବି ଉଦ୍ୟମ ହୋଇଥିଲା । ହେଲେ ଜାଲରେ ଧରାଦେଲାନି କଲରାପତରିଆ । ସୁନ୍ଦରଗଡ ଡିଏଫଓ, ରେଂଜରଙ୍କ ସମେତ ୧୫ଜଣିଆ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ବନକର୍ମଚାରୀଙ୍କ ସମେତ ଗ୍ରାମବାସୀ ମିଶି ବାଘର ଗତିବିଧି ଉପରେ ନଜର ରଖିଛନ୍ତି ।