ପଡ଼ିଆ ମଝିରେ ପଳାତକ । ବିଶ୍ୱକପର କ୍ରିକେଟ୍ ମ୍ୟାଚର ମଜା ନେଉଛନ୍ତି ମଦ ସମ୍ରାଟ ବିଜୟ ମାଲ୍ୟା ।

281

କନକ ବ୍ୟୁରୋ: ମ୍ୟାଚର ମଜା ନେଉଛନ୍ତି ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟା । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଓଭାଲରେ ଚାଲିଥିବା ବିଶ୍ୱକପ ମ୍ୟାଚ୍ ଦେଖିବାକୁ ଯାଇଛନ୍ତି ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା । ଭାରତର ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କା ନେଇ ଲଣ୍ଡନ ପଳାଇଥିବା ମାଲ୍ୟାଙ୍କୁ ପ୍ରତ୍ୟର୍ପଣ ପାଇଁ ଚେଷ୍ଟା ଚାଲିଥିବାବେଳେ ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଥିଲେ ମାଲ୍ୟା ।

ସେପଟେ ଷ୍ଟାଡିୟମ ବାହାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଘେରିଯାଇ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ମୁଁ ମ୍ୟାଚ୍ ଦେଖିବାକୁ ଆସିଛି କହି ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ ମାଲ୍ୟା। ସୂଚନାଯୋଗ୍ୟ, ୬୨ ବର୍ଷୀୟ ମାଲ୍ୟାଙ୍କ ନାଁରେ ଠକେଇ, ମନି ଲଣ୍ଡରିଂ ଓ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ(ଏଫଇଏମଏ)ର ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି ।