ଆସନ୍ତାକାଲିଠାରୁ ବନ୍ଦ ହେବ ଭିତରକନିକା ଅଭୟାରଣ୍ୟ ! ୮ ତାରିଖ ଯାଏଁ ଚାଲିବ ବଉଳା କୁମ୍ଭୀର ଗଣନା

62

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ଭିତରକନିକା ଅଭୟାରଣ୍ୟ ଆସନ୍ତା ୨ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ସମୟରେ ନଦୀନାଳରେ ଥିବା ବଉଳା କୁମ୍ଭୀରଙ୍କର ଗଣନା କରାଯିବ । ଏହି ଗଣନା କାମ ପାଇଁ ସ୍ୱତନ୍ତ୍ର ଟିମ ଗୁଡିକ ନିୟୋଜିତ ହେବେ ।

ରାଜନଗର ବନଖଣ୍ଡ ଅଧିନରେ ଥିବା କୁଜଙ୍ଗ ରେଂଜ ଅଂଚଳକୁ ଛାଡି ଦେଲେ ଗହିରମଥା, ଡାଙ୍ଗମାଳ, ଭିତରକନିକା ଆଦି ରେଂଜ ଅଂଚଳରେ ଗଣନା କାର୍ଯ୍ୟ ହେବ । ସେଥିଲାଗି ଏହି ସମୟରେ ଭିତରକନିକାକୁ ପର୍ଯ୍ୟଟକ ନ ଆସିବା ପାଇଁ ବନବିଭାଗ ତରଫରୁ ସୂଚନା ଦିଆଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –