ବିରୁଡ଼ି ଆକ୍ରମଣରେ ସରପଞ୍ଚଙ୍କ ମୃତ୍ୟୁ : ଚାଷ ଜମିରେ ହଳ କରୁଥିବା ସମୟରେ ମାଟି ତଳୁ ବାହାରି କରିଥିଲେ ଆକ୍ରମଣ

1,077

କନକ ବ୍ୟୁରୋ : ବିରୁଡ଼ି ଆକ୍ରମଣରେ ସରପଞ୍ଚଙ୍କ ମୃତ୍ୟୁ । ଭଞ୍ଜନଗର ଜଗନ୍ନାଥପ୍ରସାଦ ବ୍ଳକ କୁଡୁତାଇ ପଞ୍ଚାୟତର ସରପଞ୍ଚ ସନତ କୁମାର ପ୍ରଧାନଙ୍କର ବିରୁଡ଼ି ଆକ୍ରମଣରେ ମୃତ୍ୟୁ ହୋଇଛି । ସନତ ଚାଷ ଜମିରେ ହଳ କରୁଥିବା ସମୟରେ ମାଟି ତଳୁ ବହୁ ସଂଖ୍ୟକ ବିରୁଡ଼ି ବାହାରି ତାଙ୍କୁ ଆକ୍ରମଣ କରିଥିଲେ । କ୍ଷତାକ୍ତ ସନତଙ୍କୁ ପରିବାର ଲୋକେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।