ଭଗତ ସିଂହ କୋଶିଆରୀ ରାଜ୍ୟପାଳ ପଦରୁ ହଟିବା ନେଇ ଦେଲେ ସଙ୍କେତ। ପ୍ରଧାନମନ୍ତ୍ରୀଙ୍କ ଆଗରେ ରଖିଲେ ଇଚ୍ଛା।

128

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଶୀଘ୍ର ନିଜ ପଦରୁ ଇସ୍ତଫା ଦେଇପାରନ୍ତି । ନିଜ ତରଫରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ନାରେ ଏହି ଇଚ୍ଛା ପ୍ରକାଶ କରିଛନ୍ତି । ନିଜର ଆଗାମୀ ସମୟ ପଢିବା, ଲେଖିବାରେ ବିତାଇବାକୁ ଚାହୁଁଛନ୍ତି । ପ୍ରତ୍ୟେକ ରାଜନୈତିକ ଦାୟିତ୍ୱରୁ ମୁକ୍ତ ହେବା ପାଇଁ ସେ ଇଚ୍ଛା ପ୍ରକାଶ କରିଛନ୍ତି ।

ଜାରି ହୋଇଥିବା ନିଜ ବୟାନରେ ସେ କହିଛନ୍ତି, ମୋ ପାଇଁ ଏହା ସମ୍ମାନର ବିଷୟ ଯେ ମୁଁ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ସେବା ପ୍ରଦାନ କରୁଛି । ଇଏ ସେହି ମହାରାଷ୍ଟ୍ର ଯେଉଁଠି ସନ୍ଥ, ସାମାଜିକ କର୍ମୀମାନେ ଜନ୍ମ ନେଇଥିଲେ । ଗତ ୩ ବର୍ଷ ମୋତେ ମହାରାଷ୍ଟ୍ର ଜନତାଙ୍କ ଠାରୁ ଭଲ ପାଇବା ମିଳିଛି । ଏହାକୁ ମୁଁ କେବେ ଭୁଲିପାରିବି ନାହିଁ । କୋଶିଆରୀ ଏହି ସୂଚନା ଦେବା ସହ ନିଜ ଇଚ୍ଛାକୁ ପ୍ରଧାନମନ୍ତ୍ରୀଙ୍କ ଆଗରେ ରଖିଛନ୍ତି । ମୋଦୀଙ୍କ ମୁମ୍ବାଇ ଗସ୍ତ ବେଳେ ସେ ଏନେଇ ତାଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କ ତରଫରୁ ସ୍ପଷ୍ଟ କରାଯାଇଛି ଯେ ତାଙ୍କୁ ରାଜନୈତିକ ଦାୟିତ୍ୱରୁ ମୁକ୍ତ କରାଯାଉ।