୩ଘଣ୍ଟା ନୁହେଁ ଏବେ ମାତ୍ର ୭୫ ମିନିଟରେ ସମ୍ପୂର୍ଣ୍ଣ ହେବ ବେଙ୍ଗାଲୁରୁରୁ ମୈସୁର ଯାତ୍ରା, ୧୦ଲେନ ବିଶିଷ୍ଟ ରାଜପଥକୁ ଆସନ୍ତା କାଲି ପ୍ରଧାନମନ୍ତ୍ରୀ କରିବେ ଉଦଘାଟନ

194

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୨ ତାରିଖରେ ବେଙ୍ଗାଲୁରୁରୁ ବେଙ୍ଗାଲୁରୁରୁମୈସୁର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ଏକ୍ସପ୍ରେସ ୱେକୁ ଉଦଘାଟନ କରିବେ । ଏନେଇ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏହି ଏକ୍ସପ୍ରେସ ୱେ ଏକ ମହତ୍ୱପୂର୍ଣ୍ଣ ସଂପର୍କର ପରିଯୋଜନା । ଏହା କର୍ଣ୍ଣାଟକ ବିକାଶ ପଥରେ ଏକ ବଡ ଯୋଗଦାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଥମେ ବେଙ୍ଗାଲୁରୁରୁ ମୈସୁର ଯାତ୍ରା କରିବା ପାଇଁ ୩ ଘଣ୍ଟା ସମୟ ଲାଗୁଥିଲା । ହେଲେ ୧୦ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସ ଆସନ୍ତାକାଲି ଉଦଘାଟନ ହେବା ପରେ ଏହି ଯାତ୍ରାର ସମୟ ମାତ୍ର ୭୫ରୁ ୯୦ ମିନିଟ ଭିତରେ ସମ୍ପୂର୍ଣ୍ଣ ହେବ ।

ବେଙ୍ଗାଲୁରୁ-ମୈସୁର ଏକ୍ସପ୍ରେସ ୱେ ସମ୍ପୂର୍ଣ୍ଣ ଭାବେ ନିର୍ମାଣ ସରିଛି । ଉଦଘାଟନ ପୂର୍ବରୁ ଏହା ଉପରେ ଶେଷ ନିରୀକ୍ଷଣ କରାଯାଉଛି । କେନ୍ଦ୍ର ସରକାରଙ୍କ ଏହି ପରିଯୋଜନା ଭାରତମାଲା ପରିଯୋଜନା କ୍ରମରେ ନିର୍ମାଣ କରାଯାଇଛି । ଏହା ୧୧୯ କିଲୋମିଟର ଲମ୍ବା ଏକ୍ସପ୍ରେସ ନିୟନ୍ତ୍ରିତ ରାଜମାର୍ଗ । ଏହି ରାଜପଥ ଖୋଲିବା ପରେ କର୍ଣ୍ଣାଟକର ଦୁଇଟି ମହତ୍ୱପୂର୍ଣ୍ଣ ସହର ମଧ୍ୟରେ ଯାତ୍ରାର ସମୟ ୩ ଘଣ୍ଟା ପରିବର୍ତ୍ତେ ମାତ୍ର ୭୫ ରୁ ୯୦ ମିନିଟ ଲାଗିବ ।

ଏହି ଏକ୍ସପ୍ରେସ ୱେରେ ଧୀମା ଗତିରେ ଚାଲୁଥିବା ବାହାନକୁ ଅନୁମତି ମିଳିବ ନାହିଁ । ୯୦୦୦ କୋଟି ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ଏହି ରାଜପଥକୁ ୬ଖଣ୍ଡରେ ବିଭକ୍ତ କରାଯାଇଛି । ଏଥିରେ ହାଇସ୍ପିଡ କରିଡରକୁ ଦୁଇଟି ପର୍ଯ୍ୟାୟରେ ବିକଶିତ କରାଯାଇଛି । ଏଥିରେ ମୋଟ ୬୧ କିଲୋମିଟର ନିଦଘଟ୍ଟା ଓ ମୈସୁର ମଧ୍ୟରେ ଓ ୫୮ କିଲୋମିଟର ବେଙ୍ଗାଲୁରୁ ଓ ନିଦଘଟ୍ଟା ମଧ୍ୟରେ ରହିଛି ।

ଏହି ରାଜମାର୍ଗରେ ୮ କିଲୋମିଟର ଲମ୍ବା ଉଚ୍ଚ କରିଡର, ୪୨ଟି କ୍ଷୁଦ୍ର ପୋଲ, ୬୪ଟି ଅଣ୍ଡରପାସ୍, ୧୧ଟି ଓଭରପାସ୍, ୪ଟି ରୋଡ ଓଭର ବ୍ରିଜ୍ ଓ ୫ଟି ବାଇପାସ୍ ରହିଛି ।