ମରିଗଲା ମାନବିକତା: ବାପା ପାଇଁ ଝିଅ ରହିଲା ବନ୍ଧକ, ନାବାଳିକା ଝିଅକୁ ବନ୍ଧକ ରଖି ଦାଦନ ସ୍ୱାମୀର ମୃତଦେହ ଆଣିଲା ସ୍ତ୍ରୀ

115

କନକ ବ୍ୟୁରୋ: ଦାଦନ ଦୁଃଖ କେତେ ଭୟଙ୍କର ହୋଇପାରେ । ଏହି ଦାଦନର କରୁଣ ଚିତ୍ର ଦେଖିବାକୁ ମିିଳିଛି ବଲାଙ୍ଗୀର ବେଲପଡାର ବନମାଳ ଗାଁରେ । ଝିଅକୁ ବନ୍ଧକ ରଖି ସ୍ୱାମୀଙ୍କ ମୃତ ଦେହ ଆଣିଲା ସ୍ତ୍ରୀ । ଯାହାକୁ ନେଇ ସାରା ରାଜ୍ୟରେ ଆଲୋଡନ ସଷ୍ଟି ହୋଇଛି । ତେଲେଙ୍ଗାନାରୁ ବେଲପଡା ଦାଦନର ସଂଘର୍ଷ କାହାଣୀ ଶୁଣିଲେ ଆପଣ ମଧ୍ୟ ତାଜୁବ ହୋଇଯିବେ । ବନମାଳ ଗାଁର ଶୁକଦେବ ପରାଭୁଏ ଦାଦନ ଖଟିବାକୁ ତେଲେଙ୍ଗାନା ଯାଇ ସେଠାରେ ଇଟାଭାଟିରେ କାମ କରୁଥିଲେ । ହଠାତ ତାଙ୍କର ମୃତ୍ରୁ ହୋଇଯାଇଥିଲା । ଆଉ ତାଙ୍କର ମୃତ ଦେହକୁ ନିଜ ଗାଁକୁ ଫେରାଇ ଆଣିବାକୁ ସଂଘର୍ଷ କରୁଥିଲେ ତାଙ୍କ ପତ୍ନୀ ଉଷା । ସ୍ୱାମୀଙ୍କ ମୃତଦେହ ଫେରାଇ ଆଣିବାକୁ ନିଜ ୧୨ ବର୍ଷର ଝିଅକୁ ଇଟାଭାଟି ମାଲିକ ପାଖରେ ବନ୍ଧକ ରଖିବାକୁ ପଡିଥିଲା । ଶୁକଦେବ ୪ ମାସ ତଳେ ପିଲାଛୁଆ ଓ ସ୍ତ୍ରୀଙ୍କୁ ନେଇ ଦଲାଲ ଜରିଆରେ ତେଲେଙ୍ଗାନା ଯାଇଥିଲେ ଦାଦନ ଖଟିବାକୁ । ଦଲାଲ ଏଥିପାଇଁ ପୂର୍ବରୁ ୬୦ହଜାର ଟଙ୍କା ଅଗ୍ରୀମ ନେଇଥିଲା । ଅସ୍ୱାସ୍ଥ୍ୟକର ପରିବେଶ ସହ ଅଧିକ ପରିଶ୍ରମ ଯୋଗୁ ତାଙ୍କର ସ୍ୱାସ୍ଥ୍ୟ ବିଗିଡିଯାଇଥିବା ବେଳେ ମେଡିକାଲରେ ତାଙ୍କୁ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ହସପିଟାଲ କର୍ତୃପକ୍ଷଙ୍କ ନିକଟରେ କାକୁତି ମିନତୀ ହୋଇଥିଲେ ସ୍ୱାମୀର ମୃତ ଦେହ ଫେରାଇବାକୁ । ପରେ ଇଟାଭାଟି ମାଲିକ ଏକ ଆମ୍ବୁଲାନ୍ସ ଯୋଗେ ଗାଁକୁ ମୃତ ଦେହ ଫେରାଇବାକୁ ବ୍ୟବସ୍ଥା କରିଥିଲେ । କିନ୍ତୁ ଟଙ୍କା ବକେୟା ରହିଥିବାରୁ ଝିଅକୁ ଜବରଦସ୍ତ ଇଟାଭାଟି ମାଲିକ ବନ୍ଧକ ରଖିଥିଲେ । ପରେ ଖବର ପ୍ରସାରଣ ହେବା ପରେ ବନ୍ଧକ ରଖିଥିବା ଝିଅକୁ ଛାଡିଛନ୍ତି ଇଟାଭାଟି ମାଲିକ ।