ଦୁନିଆର ସବୁଠୁ ସୁସ୍ଥ ସହର ତାଲିକାରେ ବେଙ୍ଗାଲୁରୁ ଦ୍ୱିତୀୟ । ଜାଣନ୍ତୁ ତାଲିକାରେ କେତେ ନମ୍ବରରେ ଅଛି ଦିଲ୍ଲୀ ଓ ମୁମ୍ବାଇର ସହର

183

କନକ ବ୍ୟୁରୋ : ସାରା ବିଶ୍ୱରେ ପ୍ରତିଦିନ ଲକ୍ଷ ଲକ୍ଷ ଗାଡି ବିକ୍ରି ହେଉଛି । ପ୍ରତିଦିନ ଲକ୍ଷ ଲକ୍ଷ ଗାଡି ରାସ୍ତାକୁ ଓହ୍ଲଉଛି । ଯାହାକୁ ନେଇ ସହରଗୁଡିକରେ ଟ୍ରାଫିକ୍ ସମସ୍ୟା ବଢିବାରେ ଲାଗିଛି । ଏହାରି ଭିତରେ ଦୁନିଆର ସବୁଠୁ ସୁସ୍ଥ ସହର କିଏ? ଜାଣିବା ପାଇଁ ଏକ କମ୍ପାନୀ ରିସର୍ଚ୍ଚ କରିଛି । ଆଉ ଏହି ରିସର୍ଚ୍ଚ ତାଲିକାରେ ଭାରତର ଅନେକ ସହର ସ୍ଥାନ ପାଇଛି ।

ସୁସ୍ଥ ସହରର ଏହି ତାଲିକାରେ, ଭାରତର ସିଲିକନ୍ ସିଟି ବେଙ୍ଗାଲୁରୁ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ଯଦି ଟ୍ରାଫିକ୍ ବ୍ୟବସ୍ଥା କଥା କହିବା ତାହେଲେ ଏଠାରେ ୧୦କିମି ରାସ୍ତା ପାର୍ କରିବା ପାଇଁ ୨୯ମିନିଟ୍ ୧୦ ସେକେଣ୍ଡ ଲାଗିଥାଏ । ଏହାଛଡା ଟ୍ରାଫିକରେ ଲୋକଙ୍କର ସମୟ ବରବାଦ କରୁଥିବା ସହରମାନଙ୍କ ତାଲିକାରେ ବେଙ୍ଗାଲୁରୁ ୪ର୍ଥ ସ୍ଥାନରେ ଆସିଥାଏ । ସବୁଠୁ ଅଧିକ କାର୍ବନ ଡାଇଅକସାଇଡ୍ ଛାଡୁଥିବା ସହରଙ୍କ ମଧ୍ୟରେବି ବେଙ୍ଗାଲୁରୁ ୫ମ ସ୍ଥାନରେ ଆସୁଛି । ଏଠାରେ ପ୍ରତିଦିନ ୬କିଲୋମିଟର ଚାଲୁଥିବା ପେଟ୍ରୋଲ୍ କାର୍ ବର୍ଷକୁ ୯୭୪ କିଲୋଗ୍ରାମର କ୍ରାର୍ବନଡାଇଅକସାଇଡ୍ ଛାଡିଥାଏ ।

ମହାରାଷ୍ଟ୍ରର ପୁନେ ସହର ବି ସୁସ୍ଥ ସହର ଟପ୍ ୧୦ ତାଲିକାରେ ସ୍ଥାନ ପାଇଛି । ପୁନେ ସୁସ୍ଥ ସହର ତାରିକାରେ ୬ନମ୍ବର ସ୍ଥାନରେ ଆସୁଛି । ଏହି ସହରରେ ଆପଣଙ୍କୁ ୧୦କିମି ରାସ୍ତା ପାର କରିବା ପାଇଁ ପାଖାପାଖି ୨୭ମିନିଟ ୨୦ ସେକେଣ୍ଡ ଲାଗିଥାଏ ।

ଦେଶର ରାଜଧାନୀ ଦିଲ୍ଲୀ ମଧ୍ୟ ଜାରି ହୋଇଥିବା ତାଲିକାରେ ସ୍ଥାନ ପାଇଛି, ଟ୍ରାଫିକ୍ ସମସ୍ୟା ମାମଲାରେ ୩୪ନମ୍ବର ସ୍ଥାନରେ ଆସୁଛି ଦିଲ୍ଲୀ । ଏଠାରେ ଆପଣଙ୍କୁ ୧୦କିମି ରାସ୍ତା ପାର କରିବା ପାଇଁ ୨୨ମିନିଟ୍ ୧୦ ସେକେଣ୍ଡ ସମୟ ଲାଗିଥାଏ । ଏଠାରେ ଟ୍ରାଫିକ୍ ବ୍ୟବସ୍ଥା ଏତେ ଯାମ୍ ରହିଥାଏ କି ଗାଡିକୁ ଅତି ବେସିରେ ଜଣେ ଚାଳକ ୨୪କିମି ପ୍ରତିଘଣ୍ଟା ବେଗ ହିସାବରେ ଚଳାଇପାରିଥାଏ ।

ଦେଶର ମାୟାନଗରୀ କୁହାଯାଉଥିବା ମୁମ୍ବାଇ ସୁସ୍ଥ ସହର ତାଲିକାରେ ଆଶ୍ଚର୍ଯ୍ୟଜନକ ଭାବେ ୪୭ନମ୍ବରରେ ରହିଛି । କିନ୍ତୁ ସବୁଠୁ ବଡ କଥା ହେଉଛି ଏଠାରେ ଦିଲ୍ଲୀଠୁ ବି କମ୍ ଟ୍ରାଫିକ୍ ଦେଖିବାକୁ ମିଳିଥାଏ । ଏହି ସହରରେ ଆପଣଙ୍କୁ ୧୦କିମି ପାର କରିବାକୁ ହେଲେ ୨୧ମିନିଟ୍ ୧୦ ସେକେଣ୍ଡ ଲାଗିଥାଏ ।

ତେବେ ଏହି ସୂଚୀରେ ପ୍ରଥମ ନମ୍ବରରେ ଆସୁଛି ଲଣ୍ଡନ । ଏଠାରେ ଟ୍ରାଫିକ୍ ବ୍ୟବସ୍ଥା ସବୁଠୁ ଖରାପ । ସ୍ୱପ୍ନର ଏହି ସହରରେ ୧୦କିମି ପାର କରିବା ପାଇଁ ଆଫଣଙ୍କୁ ୩୬ମିନିଟ୍ ୨୦ ସେକେଣ୍ଡ ଲାଗିଥାଏ ।