ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ : ପତାକା ଉତ୍ତୋଳନ କଲେ ରାଜ୍ୟପାଳ; ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ସାମିଲ

121

କନକ ବ୍ୟୁରୋ : ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ପତାକା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଛନ୍ତି । ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ଦୁଃସାହାସିକ ପ୍ରଦର୍ଶନ । ରାଜ୍ୟ ପୁଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଙ୍ଗୀତ ବାଦନ ପରେ ସୀମା ସୁରକ୍ଷା ବାହିନୀ, କେନ୍ଦ୍ରୀୟ ରିଜର୍ଭ ପୁଲିସ, ଏସ୍ଏସ୍ ବାଟାଲିୟନ୍, ଏସ୍.ଓ.ଜି, ଅଗ୍ନିଶମ ବାହିନୀ, ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟନିର୍ବାହୀ ଦଳ ଓ ପୁଲିସ୍ ବ୍ୟାଣ୍ଡ ପ୍ରଭୃତି ଦଳଙ୍କ ମିଳିତ ପରେଡରେ ରାଜ୍ୟପାଳ ଅଭିବାଦନ ଗ୍ରହଣ କରିଥିଲେ । କେସିଙ୍ଗାର ଏସଡିପିଓ ୟଶ ପ୍ରତାପ ଶ୍ରୀମାଲ ଏଥରର ପରେଡର ନେତୃତ୍ୱ ନେଇଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଆନ୍ଧ୍ର ପୁଲିସର ଏକ ଟ୍ରୁପ୍ ପରେଡରେ ସାମିଲ ହୋଇଛି । ସୈନିକ ସ୍କୁଲ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ପରେଡରେ ସାମିଲ ହୋଇଛନ୍ତି। ଭାରତ ସ୍କାଉଟ୍ ଆଣ୍ଡ ଗାଇଡର ଦୁଇଟି ପ୍ଲାଟୁନ୍ ବି ଏଥିରେ ପରେଡ ପ୍ରଦର୍ଶନ କରିଛନ୍ତି ।