ପ୍ଲାଷ୍ଟିକ ବ୍ୟବହାର ବନ୍ଦ ପାଇଁ ଅଭିନବ ଉପାୟ: ନୂଆପଡ଼ା କୁରୁମୁଣ୍ଡାରେ ଗାଁରେ ସ୍ଥାନୀୟ ସରପଂଚଙ୍କ ଉଦ୍ୟମରେ ଆରମ୍ଭ ହେଲ ବର୍ତନ ବ୍ୟାଙ୍କ

179

କନକ ବ୍ୟୁରୋ: ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବା ପାଇଁ ଅଭିନବ ଉପାୟ । ନୂଆପଡାର କୁରୁମୁଣ୍ଡା ଗାଁରେ ଆରମ୍ଭ ହୋଇଛି ବାସନ ବ୍ୟାଙ୍କ । ଗାଁ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ସ୍ଥାନୀୟ ଭାଲେଶ୍ୱର ଗ୍ରାମପଂଚାୟତ ସରପଂଚ ସରୋଜ ଦେବୀଙ୍କ ଉଦ୍ୟମରେ ଏହି ବାସନ ବ୍ୟାଙ୍କ ପ୍ରତିଷ୍ଠା ହୋଇଛି । ଗାଁରେ କୌଣସି ସାମାଜିକ କାର୍ଯ୍ୟକ୍ରମ ହେଲେ କିମ୍ବା ବାହାଘର ହେଲେ ବିନା କୌଣସି ଫିସରେ ଲୋକଙ୍କୁ ବାସନ ସାମଗ୍ରୀ ଯୋଗାଦେଇଥାଏ ଏହି ବ୍ୟାଙ୍କ । ସାଧାରଣତଃ ଏଭଳି କାର୍ଯ୍ୟକ୍ରମଗୁଡିକରେ ପ୍ଲାଷ୍ଟିକର ବହୁଳ ବ୍ୟବହାର ହେଉଥିବା ଦେଖିବାକୁ ମିଳିଥାଏ । ଆଉ ଏହାକୁ ବନ୍ଦ କରିବାକୁ ଗ୍ରାମ ପଂଚାୟତ ଫଣ୍ଡରୁ ୭୫ ହଜାର ଟଙ୍କା ଖର୍ଚରେ ବାସନ ବ।।ଙ୍କ ତିଆରି କରିଛନ୍ତି ସ୍ଥାନୀୟ ସରପଂଚ । ଏହି ବାସନ ବ୍ୟାଙ୍କରେ ରହିଛି ବଡ ବଡ ହଣ୍ଡା, ଷ୍ଟିଲ ପ୍ଲେଟ , ବଡ ବଡ ତାଟିଆ, ଗ୍ଲାସ ଓ ଚାମଚ । ଗାଁ ଲୋକଙ୍କ ସହ ଆଲୋଚନା ପରେ ସ୍ଥାନୀୟ ସରପଂଚ ଏହି ବାସନ ବ୍ୟାଙ୍କ ଖୋଲିବାକୁ ନିଷ୍ପତି ନେଇଥିଲେ । ବାହାଘର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଆବଶ୍ୟକତା ଅନୁସାରେ ଲୋକେ ଏହି ବାସନ ନେଇଥାନ୍ତି । ଆଉ ବ୍ୟବହାର କରିବା ପରେ ସଫା କରି ପୁଣି ଫେରାଇଥାନ୍ତି । ଏଥିପାଇଁ ସେମାନଙ୍କୁ କୌଣସି ଦେୟ ଦେବାକୁ ପଡେ ନାହିଁ । କିନ୍ତୁ ବାସନ ନଷ୍ଟ ହେଲେ କିମ୍ବା ହଜିଲେ ଟଙ୍କା ଦେବାକୁ ପଡିଥାଏ । ବାସନ କିଣିବା ବେଳେ ଯେଭଳି ଟଙ୍କା ହେରଫେର ନ ହୁଏ, ସେଥିପାଇଁ ଗ୍ରାମ ପଂଚାୟତ ଅଧିକାରୀଙ୍କ ସହ ଗାଁ ଲୋକେ ମିଶି ବାସନ କିଣିଥାନ୍ତି । ଭାଲେଶ୍ୱର ଗ୍ରାମ ପଂଚାୟତରେ ୯ଟି ଗାଁ ରହିଛି । ପର୍ଯ୍ୟାୟକ୍ରମେ ଏହି ବାସନ ବ୍ୟାଙ୍କକୁ ଅନ୍ୟ ଗାଁକୁ ସଂପ୍ରସାରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୬ ମାସ ମଧ୍ୟରେ ଏହା କାଯ ୍ର୍ୟକାରୀ ହେବ । ଏଭଳି ହେବା ପରେ ଏହାର ରକ୍ଷାଣ ବେକ୍ଷଣ ଦାୟିତ୍ୱ ସ୍ଥାନୀୟ ଗାଁର ବରିଷ୍ଠ ଲୋକ ନେବେ ।