୨୬.୧୧ ମୁମ୍ବାଇ ଆକ୍ରମଣ : କୁନିଝିଅ ଦେବିକାଙ୍କ ସାକ୍ଷୀ ଆଧାରରେ କସାବକୁ ମିଳିଥିଲା ଫାଶୀ । ଜାଣନ୍ତୁ ୧୫ ବର୍ଷ ପରେ କିଭଳି ଅଛନ୍ତି ଦେବିକା

2,738

କନକ ବ୍ୟୁରୋ : ୨୬.୧୧ ମୁମ୍ବାଇ ଆକ୍ରମଣକୁ ୧୫ ବର୍ଷ ପୂରଣ ହୋଇଛି । ଏହା ଏଭଳି ଆତଙ୍କବାଦୀ ଆକ୍ରମଣ ଥିଲା ଯେଉଁଥିରେ ୧୬୪ ଜଣ ଲୋକଙ୍କ ଜୀବନ ଯାଇଥିଲା ଓ ୩୦୦ ରୁ ଅଧିକ ଲୋକ ଗୁରୁତର ହୋଇଥିଲେ । ହେଲେ ଆତଙ୍କବାଦୀ କସାବ ଠାରୁ ଗୁଳି ଖାଇ ସେଦିନ ବଞ୍ଚିଯାଇଥିବା କୁନିଝିଅ ଦେବିକା ଆଜି କେଉଁ ପରିସ୍ଥିତିରେ ଅଛନ୍ତି । ସେ ୨୦୦୯ ମସିହାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆତଙ୍କବାଦୀ କସାବକୁ ଚିହ୍ନଟ କରିଥିଲେ । ତାଙ୍କରି ସାକ୍ଷୀ ଆଧାରରେ କୋର୍ଟ କସାବକୁ ଫାଶୀଦଣ୍ଡରେ ଦଣ୍ଡିତ କରିଥିଲେ । ସମୟ ସହ ତାଳଦେଇ ଦେବିକା ଆଜି ୨୪ ବର୍ଷରେ ପଦାର୍ପଣ କରିଛନ୍ତି । ଆତଙ୍କବାଦୀ ଆକ୍ରମଣ ପରେ କୋର୍ଟରେ ସାକ୍ଷୀ ଦେଇ ଦେବିକା ଜଣେ ସେଲିବ୍ରେଟି ପାଲଟିଯାଇଥିଲେ । କୌନ ବନେଗା କୋରଡପତି ଠାରୁ ଆରମ୍ଭ କରି ଅନେକ ରିଆଲିଟି ସୋରେ ତାଙ୍କୁ ଦେଖିବାକୁ ମିଳିଥିଲା । ହେଲେ ତାଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିଲା ନାହିଁ, ଏବେ ତାଙ୍କର ସ୍ଥିତି ଏଭଳି ରହିଛି ।

ଦେବିକା କହିଛନ୍ତି କି, ୧୫ ବର୍ଷ ପୂର୍ବେ ଆଜିର ଦିନରେ ସେ ବାପାଙ୍କ ସହ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଲରେ ଟ୍ରେନକୁ ଅପେକ୍ଷା କରିଥିଲେ । ଏହି ସମୟରେ ଆତଙ୍କବାଦୀ ଅଜମଲ କସାବ ଆତଙ୍କ ମଚାଉଥିôଲା । ସେତେବେଳେ ଦେବିକା ୯ ବର୍ଷର ହୋଇଥିଲେ । ହଠାତ ତାଙ୍କ ଗୋଡରେ କସାବର ଗୁଳି ବାଜିଲା ଓ ସେ ଅଚେତ ହୋଇଗଲେ । ଏହାପରେ ଦେବିକା ୬୪ ଦିନ ପାଇଁ ମେଡିକାଲରେ ରହି ଚିକିତ୍ସିତ ହେଲେ ।

ହେଲେ ଦେବିକା କହିଛନ୍ତି କି, ସାକ୍ଷୀ ଦେବା ବେଳେ ସରକାରଙ୍କ ତରଫରୁ ତାଙ୍କୁ ଅନେକ ପ୍ରତିଶ୍ରୁତି ମିଳିଥିଲା । ହେଲେ ଏହା କେବଳ ମିଡିଆ ଷ୍ଟଣ୍ଟ ଥିଲା ଓ ତାଙ୍କୁ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କିଛି ବି ସହାୟତ ମିଳିନାହିଁ । ଅନ୍ୟପଟେ ତାଙ୍କ ଚିକିତ୍ସା ବାବଦରେ ଯେତେ ଅର୍ଥ ଖର୍ଚ୍ଚ ହେଲା ତାହାକୁ ତାର ପରିବାର ଲୋକେ ଭରଣା କଲେ । ବାପା ଟିଭି ରୋଗରେ ପୀଡିତ ଥିବାରୁ ଦେବିକା ଏବେ ଏକମାତ୍ର ଝିଅ ଯାହାଙ୍କ ଉପରେ ପୂରା ପରିବାର ନିର୍ଭର କରୁଛି ।

ଦେବିକା କହିଛନ୍ତି କି, ସେ ଏବେ ବାନ୍ଦ୍ରାର ଚେତନା କଲେଜରେ ବିଏ ପଢୁଛନ୍ତି । ବାପା ବୁଢା ହୋଇସାରିଛନ୍ତି ଓ ରୋଜଗାରର ମାଧ୍ୟମ କିଛି ନାହିଁ । ଏଣୁ ଦେବିକା ଏବେ ଚାକିରି ସନ୍ଧାନରେ ରହିଛନ୍ତି   । ସେ କହିଛନ୍ତି କି, ସରକାରଙ୍କ ତରଫରୁ ତାଙ୍କୁ ଅନେକ ପ୍ରତିଶ୍ରୁତି ମିଳିଥିଲା ।