ମହାରାଷ୍ଟ୍ର ରାଜନୀତିରେ ରୋଚକ ଦୃଶ୍ୟ, ସିନ୍ଦେଙ୍କ ସହ ହାତ ମିଳାଇଲେ ବାଲାସାହେବ ଠାକରେଙ୍କ ନାତି

224

କନକ ବ୍ୟୁରୋ : ଶିବସେନାର ସଂସ୍ଥାପକ ବାଲା ସାହେବ ଠାକରେଙ୍କ ନାତି ନିହାର ଠାକରେ ଆଜି ସିନ୍ଦେଙ୍କ ସହ ହାତ ମିଳାଇଛନ୍ତି । ଏହି ଅବସରରେ ନିହାର କହିଛନ୍ତି କି ମୁଁ ଶିବସେନାର ଏକନାଥ ସିନ୍ଦେଙ୍କ ଗ୍ରୁପକୁ ସମର୍ଥନ କରୁଛି । ଏହାସହ ଆଗାମୀ ଅନେ୍ଧରୀ ପୂର୍ବ ବିଧାନସଭା ଉପ ନିର୍ବାଚନ ଓ ମୁମ୍ବାଇ ନଗର ନିଗମ ନିର୍ବାଚନରେ ସିନ୍ଦେ ଗ୍ରୁପ ପାଇଁ ପ୍ରଚାର କରିବି ବୋଲି ସେ କହିଛନ୍ତି । ଏହାସହ ନିର୍ବାଚନ ରାଜନୀତିରେ ଯୋଗ ଦେବେ କି ନାହିଁ ବୋଲି ଗଣମାଧ୍ୟମର ପ୍ରଶ୍ନକୁ ସେ ସମ୍ପୂର୍ଣ୍ଣ ଏଡାଇ ଯାଇ ନାହାଁନ୍ତି । ସୂଚନା ଥାଉକି ଅନେ୍ଧରୀ ପୂର୍ବ ବିଧାନସଭା ଆସନ ପାଇଁ ନଭେମ୍ବର ୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ସନ୍ଦେଙ୍କ ସମର୍ଥନରେ ମୁର୍ଜି ପଟେଲ ପ୍ରାର୍ଥୀ ହୋଇଛନ୍ତି, ଯାହାକୁ ବିଜେପି ମଧ୍ୟ ସମର୍ଥନ କରିଛି । ସେପଟେ ଉଦ୍ଧବ ଠାକରେଙ୍କ ସମର୍ଥନରେ ରୁତୁଜା ଲଟକେ ପ୍ରାର୍ଥୀ ହୋଇଛନ୍ତି ।

 

କହିରଖୁ କି, ଚଳିତବର୍ଷ ଜୁନ ମାସରେ ଉଦ୍ଧବ ଠାକରେ ସହ ବିଦ୍ରୋହ କରି ଏକନାଥ ସିନ୍ଦେ ଅଲଗା ହୋଇଯାଇଥିଲେ । ଏହାପରେ କିଛି ବିଧାୟକ ଏକନାଥ ସିନ୍ଦେଙ୍କ ସମର୍ଥନ କରିବାରୁ ଉଦ୍ଧବଙ୍କ ସରକାର ଭାଙ୍ଗି ଯାଇଥିଲା । ସେପଟେ ବିଜେପି ସମର୍ଥନରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଆଜି ଯେଉଁ ନିହାର ଠାକରେ ସିନ୍ଦେଙ୍କ ସହ ହାତ ମିଳାଇଛନ୍ତି ସେ ହେଉଛନ୍ତି ବାଲାସାହେବ ଠାକରେଙ୍କ ବଡ ପୁଅ ବିନ୍ଦୁମାଧବ ଠାକରେଙ୍କ ପୁଅ । ବିନ୍ଦୁମାଧବଙ୍କର କିଛିବର୍ଷ ତଳେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ନିହାର ପେଶାରେ ଜଣେ ଓକିଲ । ଏବେ ସୁପ୍ରିମକୋର୍ଟରେ ଅସଲି ଶିବସେନା କିଏ ବୋଲି ସିନ୍ଦେ ଓ ଉଦ୍ଧବଙ୍କ ମଧ୍ୟରେ ଚାଲିଥିବା ଆଇନଗତ ଲଢେଇରେ ସିନ୍ଦେଙ୍କ ତରଫରୁ ଲଢୁଥିବା ଓକିଲ ଟିମରେ ଅଂଶିଦାର ।