ପତଞ୍ଜଳି ବିଜ୍ଞାପନ ବିବାଦ ମାମଲାର ସୁପ୍ରିମକୋର୍ଟ ଶୁଣାଣୀ । ବିନା ସର୍ତ୍ତରେ କ୍ଷମା ମାଗିଲେ ବାବା ରାମଦେବ

155

କନକ ବ୍ୟୁରୋ: ବିନା ସର୍ତ୍ତରେ କ୍ଷମା ମାଗିଲେ ଯୋଗଗୁରୁ ବାବା ରାମଦେବ । ପତଞ୍ଜଳୀର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ହାଜର ହୋଇ ରାମଦେବ ଓ ପରିଚାଳନା କାର୍ଯ୍ୟକାରୀ ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ର୍ରିଷ୍ଣା ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି । ତେବେ ଉଭୟଙ୍କ କ୍ଷମାକୁ ଗ୍ରହଣ କରିନାହାଁନ୍ତି କୋର୍ଟ ।

  • ପତଞ୍ଜଳି ବିଜ୍ଞାପନ ବିବାଦ ମାମଲା
  • କୋର୍ଟରେ ରାମଦେବ ହାଜର
  • ବିନା ସର୍ତ୍ତରେ ମାଗିଲେ କ୍ଷମା

ରାମଦେବ ଓ ବାଲକ୍ରିଷ୍ଣାଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଆପଣଙ୍କ କ୍ଷମା ମାଗିବା ତରିକା ଗ୍ରହଣୀୟ ନୁହେଁ । ଆପଣ ଯେତେ ବଡ଼ ହୁଅନ୍ତୁ ନା କାହିଁକି ଆଇନରୁ ଉଦ୍ଧ୍ୱର୍ରେ କେହି ନୁହଁନ୍ତି । ଆଇନର ଗୌରବ ଓ ଗରିମା ସର୍ବୋଚ୍ଚ ଅଟେ । କୋର୍ଟଙ୍କ ପ୍ରକିୟାକୁ ଗମ୍ଭୀରତା ସହ ଗ୍ରହଣ କରନ୍ତୁ । କୋର୍ଟଙ୍କ ନିୟମ ଜାଣିଶୁଣି ଉଲ୍ଲଂଘନ କରିବା ପରେ ହାତଯୋଡ଼ି ଭୁଲମାଗିବା ଆଦୌ ଗ୍ରହଣୀୟ ନୁହେଁ । ଦେଶକୁ କ୍ଷମା ମାଗିବା ଉଚିତ ।

ତେବେ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ନମାନି ପତଞ୍ଜଳୀ ନିୟମ ଉଲ୍ଲଂଘନ କରିଥିଲା । ଫେବ୍ରୁଆରୀ ୨୭ରେ ସୁପ୍ରିମକୋର୍ଟ ପତଞ୍ଜଳୀ ଆର୍ୟୁବେଦକୁ ରକ୍ତଚାପ, ମଧୁମେହ, ଆର୍ଥ୍ରାଇଟିସ, ଆଜମା, ମୋଟାପଣ ଭଳି ରୋଗ ଉପରେ ଔଷଧର ବିଜ୍ଞାପନ ପ୍ରକାଶ କରିବାକୁ ବାରଣ କରିଥିଲେ । ତେବେ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ବିଜ୍ଞାପନ ପ୍ରକାଶ କରୁଥିଲା ପତଞ୍ଜଳି । ଫଳରେ ଆୟୁର୍ବେଦ ସଂସ୍ଥା ଓ ରାମଦେବ, ବାଲକ୍ରିଷ୍ଣାଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ଚାଲିଛି । ଯାହା ପାଇଁ କୋର୍ଟ ଉଭୟ ରାମଦେବ ଓ ବାଲକ୍ରିଷ୍ଣାଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ ପଠାଇଥିଲେ । ଇଣ୍ଡିଆନ ମେଡିକାଲ ଆସୋସିଏସ ପତଞ୍ଜଳୀ ବିରୋଧରେ ଆବେଦନ ଦାୟର କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ରୋଗ ଭଲ କରିବା କଥା କହି ନିଜ ବ୍ରାଣ୍ଡର ମିଛ ପ୍ରଚାର କରି ଭ୍ରମିତ କରୁଥିବା ଅଭିଯୋଗ କରୁଛି ଆଏମଏସ ।