ଜନ୍ମଦେଇ ଜଞ୍ଜାଳକୁ ଠେଲି ଦେଲା ବାପ ! ୫ ବର୍ଷ ହେବ ଏକାଏକା ପାଞ୍ଚଟି ପେଟର ଭୋକ ବୁଝୁଛି ୧୨ ବର୍ଷର କୁନି ଝିଅ…

କନକ ବ୍ୟୁରୋ: ପାଞ୍ଚ ପାଞ୍ଚଟି ପେଟ, ସମସ୍ତଙ୍କ ପେଟରେ ପେଟେ ପେଟେ ଭୋକ ଆଉ ହାତ ପାଖରେ ଗୋଟିଏ ପଖାଳ କଂସା । ଜଣେ ହାତ ପୂରାଇଲେ ଆଉ ଜଣେ ଚାହୁଁଛି, ତା ପାଳିକୁ ଅପେକ୍ଷା କରୁଛି । ଏଇ ପଖାଳ କଂସେ ପାଇଁ ଏ କୁନି ଝିଅକୁ କେତେ କସରତ କରିବାକୁ ପଡେ ହୁଏତ ତା କାହାଣୀ ଶୁଣିଲେ ଆପଣଙ୍କ ଆଖି ଓଦା…

‘ରାଗ’ର ରାଜଜେମା ରୋହିଣୀ: ଦୁନିଆ ଦେଖପାରନ୍ତିନି, ଏବେ ସାରା ଦୁନିଆ ତାଙ୍କ ପ୍ରତିଭା ଦେଖୁଛି

କନକ ବ୍ୟୁରୋ: ରୋହିଣୀ ! ସ୍ୱର, ତାଳ, ଲୟର ଏକ ମନମୁଗ୍ଧ ରାଗିଣୀ । କିଏ କହୁଛି ଓଡିଶାର ରାନୁ ତ ଆଉ କିଏ କହୁଛି ବଲାଙ୍ଗିର ବଣମଲ୍ଲୀ । ସୋସିଆଲ ମିଡିଆରେ ସେନସେସନ ପାଲଟିଥିବା ରୋହିଣୀଙ୍କ ସଙ୍ଗୀତ ସମସ୍ତଙ୍କୁ ସମ୍ମୋହିତ କରୁଛି, ତାଙ୍କ ବାଜା ବଜାଇବାର ଶୈଳୀ ସମସ୍ତଙ୍କୁ ବାନ୍ଧି ରଖୁଛି ।…

ଦୁଃଖ ଦେଖି ପାରିଲେନି ଆଇଆଇସି: ମାଆ ଭଳି ସ୍ନେହ କଲେ, ଭୋକିଲା ପିଲାଙ୍କୁ ପେଟପୂରା ଖୁଆଇଲେ ସ୍ମୃତିପ୍ରଭା

କନକ ବ୍ୟୁରୋ: ଖାକି ବର୍ଦ୍ଦି ଖାଲି ଦଣ୍ଡ ଦିଏନି ବରଂ ଦୟା ବି ଦେଖାଏ । ଖାକି ପିନ୍ଧିଥିବା ପୋଲିସ ଉପରୁ ଯେତିକି ଶକ୍ତ ଦେଖାଯାଆନ୍ତି ଭିତରେ ସେତିକି ଦରଦି ଥାଆନ୍ତି । ପୋଲିସ ଅପରାଧୀକୁ ସିନା ଦଣ୍ଡ ଦିଏ ହେଲେ ଅସହାୟଙ୍କୁ ଆପଣେଇନିଏ । ତେବେ ସେମିତି ଏକ ଦରଦୀ କାହାଣୀର ନାୟିକା ହେଉଛନ୍ତି…

କିମିଆ କରୁଛି ‘କୋରାପୁଟ କଫି’: ଓଡିଶା ମାଟିର ମହକ ନେଇ କୋରାପୁଟ କଫିର ବଜାର ପ୍ରବେଶ । ଅନଲାଇନରେ କରିପାରିବେ ଅର୍ଡର

କନକ ବ୍ୟୁରୋ: ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇଛି। କୋରାପୁଟ କଫି ନାମରେ ସ୍ବତନ୍ତ୍ର ବ୍ରାଣ୍ଡର କଫି ବଜାରକୁ ଆସିଛି । କଫି ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା ପରେ କୋରାପୁଟ ବ୍ରାଣ୍ଡର କଫି ଖୋଲା ବଜାରରେ ମିଳିଛି। ଫଳରେ କଫିକୁ ନେଇ କୋରାପୁଟ ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ବୀକୃତି…

ମୁହଁରେ ମୃଦଙ୍ଗର ସ୍ୱର: ପାଟି, ଛାତି ବଜାଇ ସୁନ୍ଦର ସ୍ୱର ବାହାର କରୁଛନ୍ତି ଜଗନ୍ନାଥ

କନକ ବ୍ୟୁରୋ: ମୁହଁରେ ମୃଦଙ୍ଗର ସ୍ୱର । ମୃଦଙ୍ଗରେ ନୁହେଁ ବରଂ ମୁହଁରେ ବାଜୁଛି ବାଜା । ହଁ ଆଜ୍ଞା ବିନା ମୃଦଙ୍ଗରେ ବିନା ତବଲାରେ ଜଣେ କୁନି ବାଳକ ସୁନ୍ଦର ତାଳରେ ଲୋକଙ୍କୁ କିମିଆ କରୁଛନ୍ତି । ତାଙ୍କ ପାଟି, ଛାତି ଆଉ ହାତର ସାହାଯ୍ୟ ସେ ସୁରିଲା ବାଜା ବଜାଉଛନ୍ତି । ଆଉ ତାଙ୍କ ବାଜା…

ବୋଝ ଉପରେ ନଳିତା ବିଡା: ଫନି ଉଡାଇ ନେଇଥିଲା, ବର୍ଷା ଭାଙ୍ଗିଦେଲା । ଘର ନଥିବାରୁ ପର ପିଣ୍ଡାରେ ପାଞ୍ଚ ଜୀବନ

କନକ ବ୍ୟୁରୋ: ଭାଙ୍ଗି ଯାଇଛି ଘର, ଉଡି ଯାଇଛି ଛପର । ଆଉ ଦରଭଙ୍ଗା ଅବସ୍ଥାରେ ଦୋହଲୁଛି ମାଟିର କାନ୍ଥ, ଘରର କବାଟ । ଫନି ପରେ ପରେ ଦୀର୍ଘ ୪ ମାସ ହେବ ୟାରି ଭିତରେ ବିତୁଛି ଜୀବନ । କେତେବେଳେ କିଛି ବି ହୋଇପାରେ, ଭଙ୍ଗା କାନ୍ଥ ଭୁଷୁଡିପାରେ, ନଇଁପଡିଥିବା ଛପର ଖସିପାରେ ଆଉ ଅକାଳରେ…