ଆସିକା ଖଡଭାଗ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ପିକଅପ ଭ୍ୟାନ୍ ଓ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା, ୩ ମୃତ, ଅନେକ…

କନକ ବ୍ୟୁରୋ: ଆସିକା ଖଡ଼ଭାଗ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବସ୍- ଭ୍ୟାନ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୩ଜଣ ମୃତ୍ୟୁ ହୋଇଥିବା ବେଳେ କିଛି ଜଣ ଆହତ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଜଣେ ମହିଳା ଅଛନ୍ତି । ପିକଅପ୍ ଭ୍ୟାନରେ ଚାପି ହୋଇ କିଛି ସମୟ ରହିଥିଲା ମୃତଦେହ…

୭୫ ତମ ସାଧାରଣତନ୍ତ୍ର ଦିବସରେ ଦୁଲୁକିଲା ଦିଲ୍ଲୀ କର୍ତ୍ତବ୍ୟପଥ । ବିଶ୍ୱ ଦେଖିଲା ଭାରତର ଶୌର୍ଯ୍ୟ ଓ ସାମର୍ଥ୍ୟ ।…

କନକ ବ୍ୟୁରୋ: ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀ କର୍ତ୍ତବ୍ୟପଥରେ ଭବ୍ୟ ସମାରୋହ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତୋଳନ କରିବା ପରେ ଆରମ୍ଭ ହୋଇଥିଲା ପରେଡ । ଭାରତୀୟ ବାଦ୍ୟ ଯନ୍ତ୍ର ସହ ମହିଳା କଳାକାରମାନେ ପ୍ରଥମ ପରେଡ କରିଥିଲେ । ପରେ ଅନ୍ୟ ଟ୍ରୁପ୍ ମାନେ…

କର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି । ଶୁଭିଲା ଶଂଖନାଦର ଆବାହନ । ପରେ ପରେ ଫ୍ରାନ୍ସ ମାର୍ଚ୍ଚ ବ୍ୟାଣ୍ଡ…

କନକ ବ୍ୟୁରୋ: କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାଙ୍କ ସହ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟ ଅତିଥି ତଥା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ । ଏହି ଅବସରରେ ଆଜି କର୍ତ୍ତବ୍ୟପଥରେ ନୂଆ…

ଜୀବନ ସହ ସଂଗ୍ରାମ କରୁଛନ୍ତି ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ । ଏସସିବିର ନ୍ୟୁରୋ ସର୍ଜରୀ ଆଇସିୟୁରେ…

କନକ ବ୍ୟୁରୋ: ଜୀବନ ସହ ସଂଗ୍ରାମ କରୁଛନ୍ତି ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ । ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରର ଏହି ସ୍ୱାଧୀନତା ସଂଗ୍ରାମୀଙ୍କୁ କଟକ ଏସସିବିର ନ୍ୟୁରୋ ସର୍ଜରୀ ଆଇସିୟୁରେ ଭର୍ତି କରାଯାଇଛି । ଏସସିବିରେ ୪ ଜଣିଆ ଡାକ୍ତରୀ ଟିମ୍ ତାଙ୍କ…

ଖେଳନା ବନ୍ଧୁକ ଦେଖାଇ ଆତଙ୍କ ରଚୁଥିଲେ ଯୁବକ । କାବୁ କରିନେଇ ପୋଲିସରେ ଦେଲେ ସ୍ଥାନୀୟ ଲୋକେ ।

କନକ ବ୍ୟୁରୋ: ଖେଳନା ବନ୍ଧୁକ ଦେଖାଇ ଆତଙ୍କ ପରେ ଯୁବକଙ୍କୁ କାବୁ କଲେ ଲୋକେ । ଯାଞ୍ଚ ପରେ ବନ୍ଧୁକ ନକଲି ଥିବା ଜଣାପଡଛି । ଗଞ୍ଜାମ ଖଲିକୋଟ ଲଙ୍ଗଳେଶ୍ୱର ଗାଁ ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯୁବକ ଜଣଙ୍କ ହାତରେ ବନ୍ଧୁକ ଧିରି ଗୁଳି କରିଦେବେ କହି ଆତଙ୍କ…

ଅସଲି କୋକେଇରେ ଯାଉଛି ନକଲି ଶବ । ୨୦ ବର୍ଷ ପରେ ନିଖୋଜ ବ୍ୟକ୍ତିଙ୍କର ହେଲା ଅନ୍ତିମ ସଂସ୍କାର ନୀତି ।

କନକ ବ୍ୟୁରୋ: କୋକେଇରେ ଶବ ଯିବାର ଦେଖିଥିବେ । ହେଲେ ଅସଲି କୋକେଇରେ ନକଲି ଶବ କେବେ ଦେଖିନଥିଲେ । କିନ୍ତୁ ଭଦ୍ରକ ନରିପୁର ଗାଁରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ଦେଖିବାକୁ ମିଳିଛି । ସମସ୍ତ ରୀତିନୀତି ଅନୁଯାୟୀ ନକଲି ଶବଦାହ କରାଯାଇଛି । ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳର ଗଗନ ଦାସଙ୍କ ବାପା…