ଜୀବନ ସହ ସଂଗ୍ରାମ କରୁଛନ୍ତି ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ । ଏସସିବିର ନ୍ୟୁରୋ ସର୍ଜରୀ ଆଇସିୟୁରେ ଭର୍ତ୍ତି ।

80

କନକ ବ୍ୟୁରୋ: ଜୀବନ ସହ ସଂଗ୍ରାମ କରୁଛନ୍ତି ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ । ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରର ଏହି ସ୍ୱାଧୀନତା ସଂଗ୍ରାମୀଙ୍କୁ କଟକ ଏସସିବିର ନ୍ୟୁରୋ ସର୍ଜରୀ ଆଇସିୟୁରେ ଭର୍ତି କରାଯାଇଛି । ଏସସିବିରେ ୪ ଜଣିଆ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସାର ଅନୁଧ୍ୟାନ କରୁଛନ୍ତି । ୧୦୨ ବର୍ଷ ବୟସର ନୀଳମଣି ସାମଲ ବ୍ରେନ୍ ଷ୍ଟ୍ରୋକର ଶିକାର ହେବା ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କୁ ବଂଚାଇବା ପାଇଁ ଡାକ୍ତରମାନେ ସବୁ ପ୍ରକାର ପ୍ରୟାସ କରିଛନ୍ତି । ଦୁଇଥର ରାଷ୍ଟ୍ରପତି ପୁରସ୍କାର ପାଇଥିବା ନୀଳମଣି ସାମଲ ଅଲ୍ ଇଣ୍ଡିଆ ଫ୍ରିଡମ୍ ଫାଇଟର ସଂଘର ସଭାପତି ଅଛନ୍ତି । ସେ ତିିନିଥର ୩ ବର୍ଷ କାରାଦଣ୍ଡାଦେଶ ଭୋଗିଥିଲେ ।