ଅସଲି କୋକେଇରେ ଯାଉଛି ନକଲି ଶବ । ୨୦ ବର୍ଷ ପରେ ନିଖୋଜ ବ୍ୟକ୍ତିଙ୍କର ହେଲା ଅନ୍ତିମ ସଂସ୍କାର ନୀତି ।

248

କନକ ବ୍ୟୁରୋ: କୋକେଇରେ ଶବ ଯିବାର ଦେଖିଥିବେ । ହେଲେ ଅସଲି କୋକେଇରେ ନକଲି ଶବ କେବେ ଦେଖିନଥିଲେ । କିନ୍ତୁ ଭଦ୍ରକ ନରିପୁର ଗାଁରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ଦେଖିବାକୁ ମିଳିଛି । ସମସ୍ତ ରୀତିନୀତି ଅନୁଯାୟୀ ନକଲି ଶବଦାହ କରାଯାଇଛି । ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳର ଗଗନ ଦାସଙ୍କ ବାପା ୨୦୦୪ ମସିହାରୁ ନିଖୋଜ ଥିଲେ । ଏବେ ସୁଦ୍ଧା ତାଙ୍କର ପିତିା ମିଳିନାହିଁ । ହେଲେ ଏହାକୁ ୨୦ ବର୍ଷ ବିତିଯିବା ପରେ ହିନ୍ଦୁ ରୀତିନୀତି ଅନୁଯାୟୀ ଗାନ୍ଧୀ ପଡିଆ ନିକଟ ସ୍ମସାନରେ ଶବ ସତ୍କାର କରି କରିଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳର ଚର୍ଚ୍ଚାର ବିଷୟ ପାଲଟିଛି ।