ଟି-୨୦ ବିଶ୍ୱକପ : ବିଜୟ ସ୍ୱାଦ ଚାଖିଲା ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ; ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା

90

କନକ ବ୍ୟୁରୋ : ଦମଦାର ବିଜୟ ସହ ପ୍ରତ୍ୟାବର୍ତ୍ତନ କଲା ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ । ଚଳିତ ଟି-୨୦ ବିଶ୍ୱକପର ଗ୍ରୁପ୍-୧ର ଏକ ମ୍ୟାଚରେ ଏସିଆ କପ୍ ବିଜେତା ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଛି ଅଷ୍ଟ୍ରେଲିଆ । ଏଥିସହ ଟୁର୍ଣ୍ଣାମେଂଟରେ ପ୍ରଥମ ବିଜୟ ହାସଲ କରିଛି କଙ୍ଗାରୁ ଟିମ୍ । ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୬ ୱିକେଟ୍ ହରାଇ କରିଥିଲା ୧୫୭ ରନ୍ । ଦଳ ପକ୍ଷରୁ ପଥୁମ ନିଶାଙ୍କ ୪୦ ରନ୍, ଚରିତ ଅସଲଙ୍କା ୩୮ ରନ୍ ଓ ଧନଞ୍ଜୟ ଡି’ସିଲଭା ୨୬ ରନ୍ କରିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହେଜଲଉଡ୍, ଗ୍ଲେନ୍ ମ୍ୟାକ୍ସୱେଲ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ୧୫୮ ରନର ଲକ୍ଷ୍ୟର ପିଛା କରୁଥିବା ଆୟୋଜକ ଦଳ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ମାତ୍ର ୧୬.୩ ଓଭରରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ଷ୍ଟୋଇନିସ୍ ମାତ୍ର ୧୮ ବଲରେ ୫୯ ରନ୍ କରିଥିଲେ, ଯେଉଁଥିରେ ୪ ଚୌକା ଓ ୬ ଛକା ସାମିଲ୍ ଥିଲା । ଅଧିନାୟକ ଆରୋନ୍ ଫିଂଚ ୩୧ ରନ୍ କରି ଅପରାଜିତ ଥିଲେ ।