ଏଏସଓ ପରୀକ୍ଷାକୁ ନେଇ ନେଇ ବିବାଦ : ମୁହଁ ଖୋଲିଲେ ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ

314

କନକ ବ୍ୟୁରୋ : ଏଏସଓ ପରୀକ୍ଷା ଅତ୍ୟନ୍ତ ସ୍ୱଚ୍ଛତାର ସହ ହୋଇଛି । ଏଥିରେ କୌଣସି ପ୍ରକାର ଅନିୟମିତତା ହୋଇନାହିଁ । ମେଧା ହିଁ ପ୍ରାର୍ଥୀ ଚୟନର ଏକମାତ୍ର ମାପଦଣ୍ଡ । ଯାହାର ଅଭିଯୋଗ କରିବାର ଅଛି ରେଜଲ୍ଟ ବାହାରିକା ପରେ ଅଭିଯୋଗ କରନ୍ତୁ ବୋଲି କହିଛନ୍ତି ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ଗତକାଲି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଫାଇନାଲ ରେଜଲ୍ଟ ପରେ ହିଁ ମାର୍କ ସିଟ୍ ଓ ଉତ୍ତର ଅପଲୋଡ଼ ହେବ ।

ପୂର୍ବରୁ ହାଇକୋର୍ଟ ଉତ୍ତର ଅପଲୋଡ଼ ନେଇ ନିର୍ଦ୍ଦେଶ ଦେଇଥିଲେ । ଏହାରି ଅନୁସାରେ ସମସ୍ତ କାର୍ଯ୍ୟ ହେଉଛି ବୋଲି କହିଛନ୍ତି ସତ୍ୟଜିତ ମହାନ୍ତି । ସୂଚନା ଅନୁସାରେ ଏଏସଓ ପରୀକ୍ଷା ପରିଚାଳନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଥିଲେ ଆଶାୟୀ ପ୍ରାର୍ଥୀ । ଏହାଛଡ଼ା କଟଅପ୍ ମାର୍କକୁ ନେଇ ସ୍ପଷ୍ଟ କରାଯାଉ ବୋଲି ସେମାନେ ଦାବି କରିଥିଲେ । ପରବର୍ତ୍ତୀ ସମୟରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । କୋର୍ଟ ଓପିଏସସି ଉପରେ ବର୍ଷିବା ସହ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି ।