ପୁଣି ଥରେ ନିଜ ଟ୍ୱିଟକୁ ନେଇ ଚର୍ଚ୍ଚାରେ ଏଲନ ମସ୍କ : ଛଟେଇ ପ୍ରକ୍ରିୟା ଶେଷ, ଏବେ କରାଯିବ ନିଯୁକ୍ତି

99

କନକ ବ୍ୟୁରୋ : ଟୁଇଟର ନୂଆ ମାଲିକ ଏଲଏନ ମସ୍କ ପୁଣି ଥରେ ନିଜ ଟୁଇଟ୍କୁ ନେଇ ଚର୍ଚ୍ଚାରେ । ସେ ଟୁଇଟ୍ କରି ୟୁଜର୍ସଙ୍କୁ ନମସ୍କାର କରିଛନ୍ତି । ମସ୍କଙ୍କ ଏଇ ଟୁଇଟ୍ ପରେ ଚାରିଆଡୁ ତାଙ୍କୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ୟୁଜର୍ସ । ସେପଟେ ଟୁଇଟରରେ ଛଟେଇ ପ୍ରକିୟା ଶେଷ ହୋଇଛି ଏବେ କେବଳ ନିଯୁକ୍ତି କରାଯିବ । ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ମସ୍କ । ରିପୋର୍ଟ ମୁତାବିକ ଟୁଇଟର ପାଇଁ ଇଞ୍ଜିନିୟରିଂ ଏବଂ ସେଲରେ ଏବେ ନିଯୁକ୍ତି ପ୍ରିକ୍ରିୟା ଆରମ୍ଭ ହୋଇଛି ।

ଏଥି ସହ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ଅକ୍ଟୋବରରେ ୭ହଜାରରୁ ଅଧିକ ଲୋକଙ୍କୁ କମ୍ପାନୀ ଛଟେଇ କରିଥିଲା । ସେପଟେ ଟୁଇଟରରେ ବ୍ଲୁ ଟିକକୁ ନେଇ ମଧ୍ୟ ଏକ ବଡ ନିଷ୍ପତ୍ତି ନେଇଛନ୍ତି ଏଲଏନ୍ ମସ୍କ । ଟୁଇଟରରେ ବ୍ଲୁ ଭେରିଫ୍ଲାଏଡ ରିଲଂଚ୍ ଉପରେ ଅସ୍ଥାୟୀ ଭାବେ ରୋକ ଲଗାଯାଇଛି । ଫେକ୍ ଆକାଉଣ୍ଟ ସମସ୍ୟାର ସମାଧାନ ନ ହେବା ଯାଏଁ ଏହି ବ୍ଲୁ-ଟିକ୍ ସ୍କିମ୍ ବନ୍ଦ ରହିବ ବୋଲି କହିଛନ୍ତି ମସ୍କ । ବର୍ତ୍ତମାନ ବ୍ୟାକ୍ତି ବିଶେଷ, କମ୍ପାନୀ କିମ୍ବା ଅନୁଷ୍ଠାନ ପାଇଁ ଭିନ୍ନ ରଙ୍ଗର ଟିକ୍ ରହିବ ବୋଲି ସେ କହିଛନ୍ତି ।