୫ ଟଙ୍କା ମାଗିଲା ବୋଲି … ଝିଅ ଦେହରେ ଗରମ ଚେଙ୍କ ଲଗାଇଲେ ସାବତ ମା’

110

କନକ ବ୍ୟୁରୋ : ବିସ୍କୁଟ୍ କିଣିବା ପାଇଁ ସାବତ ମା’କୁ ୫ ଟଙ୍କା ମାଗିବା ୮-୯ ବର୍ଷର ନାବାଳିକାକୁ ମହଙ୍ଗା ପଡ଼ିଛି । ରୋଷେଇ କରୁଥିବା ବେଳେ ସାବତ ମା’ ନିଜର ମାନବିକତା ଭୁଲିଯାଇ ଝିଅର ପିଠି, ବେକ ଓ ଗାଲରେ ଗରମ ଚେଙ୍କ ମାରିଛନ୍ତି । ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ସପ୍ତମ ଗଳିରେ ଶୁକ୍ରବାର ଏହି ଘଟଣା ଘଟିଥିଲା । ରବିବାର ଝିଅଟି କ୍ଷତ ସ୍ଥାନରେ ପାଉଡର ଲଗାଇ ଟ୍ୟୁସନ ଯାଇଥିଲା ।

ସେଠାରେ ଟ୍ୟୁସନ୍ ସାର୍ ପଚାରିବାରୁ ନାବାଳିକା ସବୁ କଥା କହିଥିଲା । ଖବର ପାଇ ବଡ଼ବଜାର ଥାନା ପୁଲିସ୍ ସେଠାରେ ପହଞ୍ଚି ଝିଅକୁ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରିଥିଲା । ଘଟଣା ଜଣାପଡ଼ିବା ପରେ ପୋଲିସ୍ ଉକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗତ ତିନିଦିନ ଧରି ଶିଶୁକୁ ଚେଙ୍କ ଲଗାଇ ଘରେ ଲୁଚାଇ ରଖିଥିବା ବେଳେ ଶିଶୁଟିର ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି ।