ଆଜି ଜେଲରୁ ମୁକୁଳିବେ ନବଜୋତ ସିଂ ସିଦ୍ଧୁ : ସ୍ୱାଗତ କରିବା ପାଇଁ ଜୋରଦାର ପ୍ରସ୍ତୁତି; ଭାବବିହ୍ୱଳ ହେଲେ ପତ୍ନୀ ନବଜୋତ କୌର

1,981

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଆଜି ଜେଲରୁ ମୁକୁଳିବେ । ସ୍ୱାଗତ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏକ ରୋଡ୍‌ ରେଜ୍‌ ଘଟଣାରେ ଗତବର୍ଷ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଗୋଟିଏ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିଲେ । ସିଦ୍ଧୁ ଆଜି ପଟିଆଲା ଜେଲ୍‌ରୁ ମୁକୁଳିବେ ବୋଲି ତାଙ୍କ ଅଫିସିଆଲ ଆକାଉଣ୍ଟ୍‌ରୁ ଏକ ଟ୍ବିଟ୍‌ କରି କୁହାଯାଇଛି । ସିଦ୍ଧୁଙ୍କ ଆଇନଜୀବୀ ଏଚପିଏମ୍‌ ବର୍ମା ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି । ଉଲ୍ଲେଖଯୋଗ୍ୟ, ୧୯୮୮ ମସିହାର ଏକ ରୋଡ୍‌ ରେଜ୍‌ ମାମଲାରେ ସିଦ୍ଧୁଙ୍କୁ ଜେଲ୍‌ଦଣ୍ଡ ହୋଇଥିଲା । ତେବେ ମୁକୁଳିବା ପୂର୍ବରୁ ଭାବବିହ୍ୱଳ ହୋଇଛନ୍ତି  ପତ୍ନୀ ନବଜୋତ କୌର ।