କୁଆଡେ ଗଲା ଅର୍ପିତାଙ୍କ ୪ କାର୍ ? କାରରେ ବିପୁଳ ଟଙ୍କା ଥିବା ନେଇ ଇଡିର ସୂଚନା

158

କନକ ବ୍ୟୁରୋ: ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଅଡୁଆ ବଢିବାରେ ଲାଗିଛି ।  କୋଲକାତାର ଡାଇମଣ୍ଡ ସିଟି ଫ୍ଲାଟ୍ ୪ଟି ଦାମୀ କାର ଗାଏବ ହୋଇଯିବା ପରେ ଅର୍ପିତାଙ୍କ ଅଡୁଆ ବଢିଛି । ଇଡି ଅଧିକାରୀଙ୍କ କହିବା ମୁତାବକ, ଏସବୁ କାରମାନଙ୍କରେ ଟଙ୍କା ଭର୍ତ୍ତି ହୋଇଥିଲା । ଏହି ଘଟଣା ପରେ ଆଖପାଖର ସବୁ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ଇଡି ।

ସୂଚନା ମୁତାବକ,  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ଆବାସରେ ଚଢଉ କରିବା ପରେ ତାଙ୍କର ଅନ୍ୟ ଏକ ଆପାର୍ଟମେଣ୍ଟରେ ଚଢଉ କରିଥିଲା  । ପ୍ରଥମ ଫ୍ଲାଟରୁ ୨୮ କୋଟି ଜବତ କରିବା ପରେ ଏହି ଆପାର୍ଟମେଣ୍ଟରୁ ୨୧ କୋଟି ଟଙ୍କା ଜବତ ହୋଇଥିଲା । ଖାଲି ଏତିକି ନୁହେଁ ପୁଳା ପୁଳା ସୁନା ମଧ୍ୟ ଜବତ ହୋଇଥିଲା ।