ବଦଳିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ୍ ! ଲୋକସଭାରେ ବିଲ୍ ଉପସ୍ଥାପିତ

174

କନକ ବ୍ୟୁରୋ: ଲୋକଭାରେ ଚାଲିଥିବା ମୌସୁମୀ ଅଧିବେଶନର ଶେଷ ଦିନରେ ଆଇନକାନୁନ ସମ୍ବନ୍ଧିତ ୩ଟି ବିଲ୍ ଉପସ୍ଥାପନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏଥିରେ ରହିଛି ଭାରତୀୟ ନ୍ୟାୟ ସଂହିତା ୨୦୨୩ ବିଲ୍, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ବିଲ୍ ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ବିଲ୍ । ଏହି ୩ଟି ବିଲକୁ ଷ୍ଟାଣ୍ଡିଙ୍ଗ କମିଟିକୁ ପଠାଯିବ ।

ଏହା ବ୍ୟତୀତ ଅମିତ ଶାହ କହିଛନ୍ତି ଯେ, ‘ଆଜାଦିର ଅମୃତକାଳ ଆରମ୍ଭ ହୋଇଛି । ପୁରୁଣା ଆଇନ୍ କେବଳ ଏକ ଦଣ୍ଡ ଥିଲା । ତେଣୁ ଏବେ ଇଂରେଜ ମାନଙ୍କର ୩ଟି ଆଇନ ବଦଳିବ । ଏଥିରେ ଆଇପିସି, ଆଇଆରପିସି ଓ ଏଭିଡେଣ୍ଟ ଆକ୍ଟ ରେ ପରିବର୍ତ୍ତନ ହେବ । ନୂଆ ଆଇନ୍ ନାଗରିକଙ୍କୁ ନ୍ୟାୟ ଦେବ । ଏହାଦ୍ୱାରା ଶିଶୁ ଓ ମହିଳାଙ୍କୁ ମଧ୍ୟ ନ୍ୟାୟ ମିଳିବ’ ବୋଲି କହିଛନ୍ତି ଅମିତ ଶାହ ।