ସଙ୍କଟ ଭିତରେ ଝାଡଖଣ୍ଡ ରାଜନୀତି । ବିଧାୟକଙ୍କ ସହ ନୌକାବିହାର କରୁଥିବା ନଜର ଆସିଲେ ହେମନ୍ତ ସୋରେନ୍ ।

108

କନକ ବ୍ୟୁରୋ: ସଙ୍କଟ ଭିତରେ ଝାଡ଼ଖଣ୍ଡ ରାଜନୀତି । ଏହା ଭିତରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମେଣ୍ଟ ସରକାରର ବିଧାୟକଙ୍କୁ ନେଇ ଫୁରସତର ସମୟ କାଟୁଥିବା ଭିଡିଓ ଏବେ ବେଶ ଭାଇରାଲ ହେଉଛି । ଶନିବାର ବିଧାୟକଙ୍କୁ ନେଇ ତିନୋଟି ବସ ସହ ଖୁଣ୍ଟି ଜିଲ୍ଲାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ସୋରେନ । ଏଠାରେ ଥିବା ଲତୁରାମ ନଦୀରେ ମୁଖ୍ୟମନ୍ତ୍ରୀ ବିଧାୟଙ୍କ ସହ ନୌକା ବିହାର କରିଥିଲେ । ବେଶ କିଛି ସମୟ ନୌକା ବିହାର କରିବା ପରେ ସୋରେନ ଓ ବିଧାୟକମାନେ ନିକଟରେ ଥିବା ଏକ ଗେଷ୍ଟହାଉସରେ କିଛି ସମୟ ରହିବା ଥିଲେ ଓ ରାଞ୍ଚି ଫେରି ଆସିଥିଲେ ।

ବର୍ତ୍ତମାନ ଝାଡ଼ଖଣ୍ଡ ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା ଚାଲିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗାଦି ଟଳମଳ ହେବା ପରେ ଝାଡ଼ଖଣ୍ଡ ରାଜନୀତିରେ ହଲଚଲ ଆରମ୍ଭ ହୋଇଛି । ଅପରେସନ୍ ଲୋଟସ୍ ଭୟରେ ନିଜ ବିଧାୟକଙ୍କୁ ଲୁଚାଇବାକୁ ଉଦ୍ୟମ କରିଛନ୍ତି ହେମନ୍ତ ସୋରେନ । ମେଣ୍ଟରେ ସାମିଲ ଜେଏମଏମ୍-କଂଗ୍ରେସର ସମସ୍ତ ବିଧାୟକଙ୍କୁ ସ୍ୱତନ୍ତ୍ର ବସରେ କଂଗ୍ରେସ ଶାସିତ ଛତିଶଗଡ଼କୁ ନେଇ ଯାଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ଏପଟେ ହେମନ୍ତ ସୋରେନ୍ ଯଦି ମୁଖ୍ୟମନ୍ତ୍ରୀ ପଦ ଛାଡ଼ନ୍ତି, ତେବେ ତାଙ୍କ ସ୍ଥାନରେ କିଏ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।