ମଂଚରେ ମାଆ-ଝିଅର ଯୁଗଳବନ୍ଦୀ: ମାତୃତ୍ୱ ୨୦୧୮ ଗ୍ରାଣ୍ଡ ଫିନାଲେରେ ର‍୍ୟାମ୍ପରେ ଚାଲିଲେ ମା’-ଝିଅ, ଯୋଗ ଦେଲେ ବଲିଉଡ୍ ସେଲିବ୍ରିଟି

57

କନକ ବ୍ୟୁରୋ: ଭୁବନେଶ୍ୱରରେ ଆୟୋଜିତ ହୋଇଛି ମାତୃତ୍ୱ ପୁରଷ୍କାର ୨୦୧୮ର ଗ୍ରାଣ୍ଡ ଫିନାଲେ । ଏହି କାର୍ଯ୍ୟକ୍ରମରେ ସବୁଠାରୁ ସଫଳ ମା ଓ ଝିଅ ଯୋଡିକୁ ସମ୍ବର୍ଦ୍ଧିତ କରାଯାଇଛି । ଫ୍ୟାସନ ଡିଜାଇନିଂ, ଇଂଟିରିଅର ଡିଜାଇନ , ଜୁଏଲାରି ଡିଜାଇନ ଓ ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରତିଭା ମାନେ ଏହି ଉସ୍ଥବରେ ସାମିଲ ହୋଇଥିଲେ । ବିଭିନ୍ନ ସ୍ଥାନରେ ମା ଓ ଝିଅର ସମ୍ପର୍କକୁ ନେଇ ମାତୃତ୍ୱ ଅଡିସନ କରି ଅନେକ ମା ଓ ଝିଅଙ୍କ ଯୋଡିକୁ ବଛାଯାଇଥିଲା ।

ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି । ବିଶିଷ୍ଟ ସମାଜସେବୀ ଶ୍ୱେତା ପାରିଖ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲିଉଡ ଅଭିନେତ୍ରୀ ବିପାଶା ବସୁ, ସୁଷମା ସେଠ୍ ଓ ସମାଜସେବୀ ଲକ୍ଷ୍ମିନାଥ ତ୍ରିପାଠି ସାମିଲ ହୋଇଥିଲେ । ବିପାଶା ବାସୁ ଏହି ଉସ୍ଥବରେ ବିଜୟୀ ହୋଇଥିବା ଓଡିଶାର ମାଆ ପ୍ରତିଭା ପ୍ରଧାନ ଓ ଝିଅ ମଇତ୍ରି ମୋନାଲିଙ୍କୁ ବିଜୟୀ ମୁକୁଟ ପିନ୍ଧାଇ ପୁରଷ୍କୃତ କରିଥିଲେ ।