ଅମରନାଥ ଯାତ୍ରା : ବାଦଲ ଫାଟିବାରୁ ଚାଲିଯାଇଛି ଅନେକ ଜୀବନ, ଶବ ଚିହ୍ନଟ କରିପାରୁନାହାନ୍ତି ପରିବାର ଲୋକେ

186

ଗତ କିଛିଦିନ ତଳେ ଆରମ୍ଭ ହୋଇଥିବା ଅମରନାତ ଯାତ୍ରା ଉପରେ ଏବେ କଟକଣା ଲାଗିଛି । ଭଗବାନଙ୍କୁ ଦର୍ଶନ କରିବାକୁ ଯାଉଥିବା ଲୋକଙ୍କୁ ଅଧା ରାସ୍ତାରୁ ନିରାସ ହୋଇ ଘରକୁ ପେରିବାକୁ ପଡିଛି । କାରଣ ଅମନାଥ ଗୁମ୍ଫା ନିକଟରେ ବାଦଲ ଫାଟିବା କାରଣରୁ ବଡ ଧରଣର ଦୁର୍ଘଟଣା ଘଟିଛି । ଯେଉଁଥିରେ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି । ପରିସ୍ଥିତି ଏପରି ହୋଇଯାଇଛି କି, ଉଦ୍ଧାର କରାଯାଉଥିବା ମୃତ ଶରୀରକୁ ଛିହ୍ନଟ କରିପାରୁନାହାନ୍ତି ପରିବାର ଲୋକେ ।
ଦିଲ୍ଲୀର ଆମ୍ବେଦକର ନଗରରେ ରହୁଥିବା ୫୭ ବର୍ଷିୟା ପ୍ରକାଶୀ ଦେବୀ ଏବଂ ୬୨ବର୍ଷିୟା ବୀରମତି ଅମରନାଥ ଦର୍ଶନ କରିବା ପାଇଁ ଯାଇଥିଲେ । କିନ୍ତୁ ଭଗବାନଙ୍କୁ ଦର୍ଶନ କରିବାର ଆଶା କେବଳ ଆଶାରେ ରହିଗଲା । ବାଦଲ ଫାଟିବାରୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଚାରିଆଡେ ଜଳମଗ୍ନ ହୋଇଯାଇଥିଲା । ଆଉ ସେହି ଜଳର ତୀବ୍ର ଶ୍ରୋତରେ ବହିଯାଇଥିଲେ ଏହି ଦୁଇ ମହିଳା । ଏବେ ଅନେକ ମୃତ ଦେହକୁ ଉଦ୍ଧାର କରାଯାଇଛି । କିନ୍ତୁ ପରିବାର ଲୋକେ ନିଜ ଲୋକର ଶବକୁ ଚିହ୍ନଟ କରିପାରୁନାହାନ୍ତି ।
ବର୍ତ୍ତମାନ ସୁଦ୍ଧା ୧୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଥିବା ବେଳେ ୪୦ଜଣ ନିଖୋଜ ଲୋକଙ୍କୁ ଉଦ୍ଧାର ପାଇଁ ଅପରେଶନ୍ ଜାରି ରହିଛି । ସେନା ପକ୍ଷରୁ ଅପରେସନକୁ ଆହୁରି ଜୋରଦାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସ୍ଥଳସେନା, ବାୟୁସେନା ସମେତ ଭାରତୀୟ ସେନାର ଅନ୍ୟାନ୍ୟ ରେଜିମେଣ୍ଟ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛିନ୍ତି ।