୧୦ଟି ଜିଲ୍ଲାର ୨୪୬ଟି ପଞ୍ଚାୟତ ପାଇଁ ୫୭.୧୦ କୋଟି ଟଙ୍କା : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ପ୍ରକଳ୍ପ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଟି ଜିଲ୍ଲାର ୨୪୬ଟି ପଞ୍ଚାୟତ ପାଇଁ ୫୭.୧୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏଥିରେ ସମୁଦାୟ ୨୩୦୨ଟି ପ୍ରକଳ୍ପ ସାମିଲ ଅଛି । ଏହି କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ଆଜି ସୁନ୍ଦରଗଡ଼ ଜିଲ୍ଲା କୋଇରା ବ୍ଲକର ୧୫ଟି ପଞ୍ଚାୟତ ପାଇଁ ୩.୭୫ କୋଟି ଟଙ୍କାରେ ୧୨୧ଟି ପ୍ରକଳ୍ପ, ନୟାଗଡ଼ ବ୍ଲକର ୨୯ଟି ପଞ୍ଚାୟତ ପାଇଁ ୭.୨୩ କୋଟି ଟଙ୍କାରେ ୪୦୭ଟି ପ୍ରକଳ୍ପ, କେନ୍ଦୁଝର ହାଟଡ଼ିହି ବ୍ଲକର ୩୧ଟି ପଞ୍ଚାୟତ ପାଇଁ ୭.୨୮ କୋଟି ଟଙ୍କାରେ ୩୦୮ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତ । ସେହିପରି ବାଲେଶ୍ବର ଜଳେଶ୍ବର ବ୍ଲକର ୩୫ଟି ପଞ୍ଚାୟତ ପାଇଁ ୮.୭୫ କୋଟି ଟଙ୍କାରେ ୨୮୮ଟି ପ୍ରକଳ୍ପ, ନୂଆପଡ଼ା ଖରିଆର ବ୍ଲକର ୨୫ଟି ପଞ୍ଚାୟତ ପାଇଁ ୩.୭୬ କୋଟି ଟଙ୍କାେର ୨୧୮ଟି ପ୍ରକଳ୍ପ ଏବଂ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ୨୬ଟି ପଞ୍ଚାୟତ ପାଇଁ ୫.୬୪ କୋଟି ଟଙ୍କାରେ ୨୭୧ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp