ବାଲେଶ୍ୱରର ବେଳାଭୂମି ୨ଦିନ ବନ୍ଦ, ପ୍ରବଳ ବର୍ଷା ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ।

84

କନକ ବ୍ୟୁରୋ: ପ୍ରବଳ ବର୍ଷାକୁ ନେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ ସତର୍କ ହୋଇଛି । ୨ ଦିନ ପାଇଁ ବାଲେଶ୍ୱର ବେଳାଭୂମି ଓ ପର୍ଯ୍ୟଟନସ୍ଥଳୀ ବନ୍ଦ ରଖାଯାଇଛି । ଜିଲ୍ଲାର ଚାନ୍ଦିପୁର, ତାଳସାରୀ, କଷାଫଳ, ଡୋଗରା ତଥା ପଞ୍ଚଲିଙ୍ଗେଶ୍ୱର ପର୍ଯ୍ୟଟନସ୍ଥଳୀ ଆଜି ଓ ଆସନ୍ତାକାଲି ପାଇଁ ବନ୍ଦ ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ଏହି ସବୁ ସ୍ଥାନକୁ ଯିବାକୁ ବାରଣ କରାଯାଇଛି ।

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜାରିରହିଛି । ଏହାକୁ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ତେଣୁ ବର୍ତ୍ତମାନ ସମୟରେ ଏହି ନିଷ୍ପତ୍ତି ନିଆଯାଇଛି ।