ଅଗଷ୍ଟ ଶେଷ ସୁଦ୍ଧା କୋଲକାତାରେ ଯୋଗଦେବେ ଅଧିକରୁ ଅଧିକ ଇଡି ଅଧିକାରୀ । ପଢନ୍ତୁ କାହିଁକି?

93

କନକ ବ୍ୟୁରୋ: କୋଲକାତାରେ ଇଡି ଅଫିସରେ ଅଗଷ୍ଟ ଶେଷ ସୁଦ୍ଧା ଯୋଗଦେବେ ଅଧିକରୁ ଅଧିକ ଅଧିକାରୀ । ବିଭିନ୍ନ ରାଜ୍ୟରୁ ଏହି ଅଧିକାରୀ କୋଲକାତାର ଇଡି କାର୍ଯ୍ୟାଳୟରେ ଯୋଗଦେବେ । ପଶ୍ଚିମବଙ୍ଗରେ ବ୍ୟାପକ ଦୁର୍ନୀତି ତଥା ଅର୍ଥ କାରବାର ନେଇ ଚଢାଉ ବଢିବାରେ ଲାଗିଥିବା ବେଳେ କର୍ମଚାରୀଙ୍କ ଉପରେ ଚାପ ବଢିଛି । ସୂଚନା ଅନୁସାରେ ୮୦ ଜଣ ଅତିରିକ୍ତ ଅଧିକାରୀ ବିଭିନ୍ନ ରାଜ୍ୟରୁ କୋଲକାତା ସ୍ଥିତ ଇଡିର କାର୍ଯ୍ୟାଳୟରେ ଯୋଗଦେବେ ।

ଏହି ସମସ୍ତ ଅଧିକାରୀ ଦୁଇଟି ବ୍ୟାଚରେ ଆସିବେ । ଗୋଟିଏ ବ୍ୟାଚ ଯେଉଁମାନେ ଇଡି ସହିତ ଜଡିତ । ଯେଉଁମାନେ ଆୟକର, ଦ୍ରବ୍ୟ ଏବଂ ସେବାକର ପରି କେନ୍ଦ୍ରୀୟ ସଂସ୍ଥାରେ ରହିଛନ୍ତି । ପଶ୍ଚିମବଙ୍ଗରେ ମନି ଲଣ୍ଡ୍ର୍ିଂ ତଥା ଶିକ୍ଷା ଦୁର୍ନୀତି ଘଟଣାରେ କର୍ମଚାରୀ ମାନଙ୍କ ଉପରେ ଚାପ ରହିଛି । ତେବେ ବର୍ତ୍ତମାନ ରାଜ୍ୟରେ ଗୋରୁଚାଲାଣ ରାକେର୍ଟ ଉପରେ ନଜର ରଖିବାକୁ ଯାଉଛି । ତେବେ ଏହାର ମୁକାବିଲା ପାଇଁ ପର୍ଯ୍ୟାପ୍ତ କର୍ମଚାରୀ ନଥିବାରୁ ଏହି ଅଧିକାରୀଙ୍କୁ କୋଲକାତା ଅଣାଯାଉଛି । ଏହି ସମସ୍ତ ଅଧିକାରୀ ଯୋଗଦେବାପରେ ଦୁଇଟି ଯାକ ଅନୁସନ୍ଧାନ ସୁରୁଖୁରୁରେ ହୋଇପାରିବା ସହ ପରିଚାଳନା ମଧ୍ୟ ହୋଇପାରିବ ।

ଯେତେବେଳେ ଗୋଟିଏ ବଡ ଟିମ୍ ଉପଲବ୍ଧ ହେବ ସେତେବେଳେ ଇଡି ବିଭିନ୍ନ ଜିଲ୍ଲାରେ କ୍ୟାମ୍ପ ଅଫିସ ସ୍ଥାପନ କରିବ । ବିଶେଷ କରି ଯେଉଁମାନେ ଏହି ଆର୍ଥିକ ଅନିୟମିତତା ସହ ଜଡିତ ସେମାନଙ୍କ ଉପରେ ଏହା ଦ୍ୱାରା ନଜର ରଖାଯାଇପାରିବ । ଏହା ସହ କିଛି ଅଧିକାରୀ କ୍ୟାମ୍ପ କାର୍ଯ୍ୟାଳୟରେ ରହି କାର୍ଯ୍ୟକରିବେ ।

ଏହି ନୂଆ ଅଧିକାରୀମାନେ ବିଶେଷଜ୍ଞ ଶ୍ରେଣୀର । ସେହିଭଳି କିଛି ଅଧିକାରୀ ପଚରାଉଚରାରେ ନିଜର ବିଶେଷତା ରଖୁଥିବା ବେଳେ କିଛି ଅଧିକାରୀ ଆକାଉଣ୍ଟ ସହ ଜଡିତ ଥିବା ବେଳେ ଆଉ କିଛି ଜଣ ଫରେନସିକ ଅଡିଟରେ ମଧ୍ୟ ପାରଙ୍ଗମ ଥିବା ଇଡିର ଅଧିକାରୀ ସୂଚନା ଦେଉଛନ୍ତି ।