ସରକାରୀ କାର୍ଯ୍ୟାଳୟରୁ ହଟାଯିବ ୧୫ ବର୍ଷର ପୁରୁଣା ଗାଡି । କେନ୍ଦ୍ର ସରକାର ପ୍ରସ୍ତୁତ କରୁଛନ୍ତି ଯୋଜନା

145

କନକ ବ୍ୟୁରୋ : ସରକାରୀ କାର୍ଯ୍ୟାଳୟରୁ ହଟାଯିବ ୧୫ବର୍ଷ ପୁରୁଣା ଗାଡି । ଅର୍ଥାତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭାଗରେ ଏଣିକି ୧୫ବର୍ଷରୁ ଅଧିକ ପୁରୁଣା ଗାଡି ଗୁଡିକୁ ହଟାଯିବ । ଏନେଇ କେନ୍ଦ୍ର ସରକାର ଏକ ନିୟମ ପ୍ରସ୍ତୁତ କରୁଛନ୍ତି ଓ ଏହା ପୂର୍ବରୁ ରାଜ୍ୟସରକାର ମାନଙ୍କୁ ଚିଠି ପଠାଯାଇଥିବା କହିଛନ୍ତି କେନ୍ଦ୍ର ସଡକ ଓ ପରିବହନମନ୍ତ୍ରୀ ନୀତିନ ଗଡକରୀ । ଏହା ଦ୍ୱାରା ପ୍ରଦୁଷଣ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ କେନ୍ଦ୍ର ସରକାର ଭେହିକିଲ ସ୍କ୍ରାପେଜ ପଲିସି ଘୋଷଣା କରିଥିଲେ । ଏପ୍ରିଲ ୧ରୁ ଏହି ନୂଆ ନିୟମ ଲାଗୁ ହୋଇଛି ।

ଏହା ଦ୍ୱାରା ପୁରୁଣା ଗାଡିକୁ ହଟାଇବାକୁ ନିର୍ଦ୍ଦେଶ ରହିଛି । ଏହି ନୂଆ ନିୟମ ସ୍କ୍ରାପେଜ ପଲିସିର ଏକ ଅଂଶ ବୋଲି କୁହାଯାଉଛି । ସ୍କ୍ରାପେଜ ପଲିସି ଅନୁସାରେ ରାସ୍ତାରେ ୧୫ବର୍ଷ ପୁରୁଣା ପେଟ୍ରୋଲ ଗାଡି ଓ ୧୦ବର୍ଷ ପୁରୁଣା ଡିଜେଲ ଗାଡି ଚଳାଚଳ ନିଷେଦ୍ଧ କରାଯାଇଛି ।