ବାପାଙ୍କ ସାଇକେଲ ଚଢିବେ ପୁଅ ! ପତିଆରାର ଲଢେଇରେ ମୁଲାୟମଙ୍କ ଠାରୁ ଦଳୀୟ ଚିହ୍ନ ଛଡାଇ ନେଲେ ଅଖିଳେଶ

24

କନକ ବ୍ୟୁରୋ : ପୁଅକୁ ମିଳିଲା ବାପାଙ୍କ ସାଇକେଲ । ସମାଜବାଦୀ ପାର୍ଟିର ଦଳୀୟ ଚିହ୍ନ ଉପରେ କବଜା କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂ ଯାଦବ । ଦଳୀୟ ସଂକେତ କାହା ସପକ୍ଷରେ ଯିବ ସେନେଇ ନିଷ୍ପତି କରିଛନ୍ତି ନିର୍ବାଚନ କମିଶନ୍ । ଆଉ ସମାଜବାଦୀ ପାର୍ଟି ଉପରେ ଅଖିଳେଶଙ୍କ ହକ ଉପରେ ମୋହର ମାରିଛନ୍ତି । ଦଳୀୟ ଚିହ୍ନ ଫ୍ରିଜ କରିବାକୁ ଚିନ୍ତା କରୁଥିଲେ ନିର୍ବାଚନ କମିଶନ । କିନ୍ତୁ ଦଳରେ ଫାଟ ସୃଷ୍ଟି ହେଲେ ସାଧାରଣତଃ ଦଳୀୟ ଚିହ୍ନକୁ ଫ୍ରିଜ କରିଥାନ୍ତି କମିଶନ ।

ହେଲେ ସମାଜବାଦୀ ପାର୍ଟି କ୍ଷେତ୍ରରେ ତାହା ଘଟି ନଥିଲା । ସେଥିଲାଗି ଆଜି ଦିନତମାମ ଏହାର ଆଇନଗତ ଦିଗ ଉପରେ ବିଚାରବିମର୍ଷ କରିଥିଲେ ଜାତୀୟ ନିର୍ବାଚନ କମିଶନ । ବାପା ମୁଲାୟମ ସିଂ ଯାଦବ ଦଳୀୟ ସମ୍ବିଧାନର ଦ୍ୱାହି ଦେଇ ସାଇକେଲ ଚିହ୍ନ ଉପରେ ହକ ଦାବି କରୁଥିବାବେଳେ ଅଖିଳେଶ ବହୁମତ ରହିଥିବା ଯୁକ୍ତି ବାଢିଥିଲେ । ଆଉ ଶେଷରେ ଅଖିଳେଶଙ୍କ ସପକ୍ଷରେ ନିଷ୍ପତି ଶୁଣାଇଛନ୍ତି ନିର୍ବାଚନ କମିଶନ ।