ଏୟାର ଇଣ୍ଡିଆ କିଣିବ ୫୪୦ ବିମାନ : ଏୟାରବସଠାରୁ ୨୫୦ ଓ ବୋଇଂଠାରୁ ୨୯୦ ବିମାନ କିଣିବ କମ୍ପାନୀ

104

କନକ ବ୍ୟୁରୋ : ୫୪୦ ବିମାନ କିଣିବ ଏୟାର ଇଣ୍ଡିଆ । ସରକାରୀ ହାତରୁ ଟାଟାକୁ ଏୟାର ଇଣ୍ଡିଆ ଆସିବା ପରେ ଏହାର ନବକଳେବର କରାଯାଉଛି । ୧୭ ବର୍ଷରୁ ଅଧିକ ସମୟ ମଧ୍ୟରେ ପ୍ରଥମ ଥର ପ୍ରାୟ ୮୫ ବିଲିୟନ୍ ଡଲାର ମୂଲ୍ୟର ବଡ଼ ଚୁକ୍ତି କରାଯାଇଛି । ଚୁକ୍ତି ଅନୁସାରେ ଟାଟା ଅଧିକୃତ ଏୟାର ଇଣ୍ଡିଆ ୟୁରୋପୀୟ କମ୍ପାନୀ ଏୟାରବସଠାରୁ ୨୫୦ ଓ ଆମେରିକୀୟ କମ୍ପାନୀ ବୋଇଂଠାରୁ ୨୨୦ଟି ବିମାନ କିଣିବ ।

ଆବଶ୍ୟକ ହେଲେ ବୋଇଂଠାରୁ ଆହୁରି ଅଧିକ ୭୦ ବିମାନ କିଣିବାକୁ ବିକଳ୍ପ ଚୁକ୍ତି କରାଯାଇଛି । ଏୟାର ଇଣ୍ଡିଆକୁ ଏକ ବିଶ୍ୱସ୍ତରୀୟ ବିମାନ କମ୍ପାନୀରେ ରୂପାନ୍ତର କରିବା ଲକ୍ଷ୍ୟ ରହିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏୟାର ଇଣ୍ଡିଆ ଓ ଏୟାରବେସର ଭର୍ଚୁଆଲ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଉପସ୍ଥିତ ଥିଲେ । ଏଥି ସହିତ ରତନ ଟାଟା ମଧ୍ୟ ଯୋଗ ଦେଇଥିଲେ ।