ରାଜ୍ୟବାହାରେ ପ୍ରଦର୍ଶିତ ହେବ ‘ଆହେ ନୀଳ ଶଇଳ’। ଅକ୍ଟୋବର ୧୪ରେ ବେଙ୍ଗାଲୁରୁରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

107

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ରାଜ୍ୟ ବାହାରେ ପ୍ରଦର୍ଶିତ ହେବ ନାଟକ ‘ଆହେ ନୀଳ ଶଇଳ’ । ଓଡ଼ିଆ ଜାତିର ଆତ୍ମା ଜଗନ୍ନାଥଙ୍କୁ ସମର୍ପିତ ଏହି ଐତିହାସିକ ନାଟକଟି ଓଡ଼ିଶାରେ ବେଶ ଲୋକପ୍ରିୟ ହୋଇଥିବା ବେଳେ ଏହା ବେଙ୍ଗାଲୁରୁ ପ୍ରଦର୍ଶନ କରାଯିବ । ବେଙ୍ଗାଲୁରୁରେ ହେବାକୁ ଥିବା ଓଡ଼ିଶା ଉତ୍ସବରେ ଏହି ନାଟକକୁ ପରିବେଶଣ କରାଯିବ ।

ରବିନ୍ଦ୍ର କଳାକ୍ଷେତ୍ରରେ ଆସନ୍ତା ଅକ୍ଟୋବର ୧୪ ତାରିଖ ସଂଧ୍ୟା ୬ଟା ୩୦ରେ ଏହି ନାଟକ ପରିବେଶଣ କରାଯିବ । ଚକୋଲେଟ୍ ପ୍ରଡକ୍ସନ୍ରେ ପ୍ରସ୍ତୁତ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି ଲାଲା ବିରେନ ରାୟ ।

ପୂର୍ବରୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ପ୍ରସିଦ୍ଧ ଐତିହାସିକ ନାଟକ “ଆହେ ନୀଳ ଶଇଳ’ । ଓଡ଼ିଆ ଅସ୍ମିତାର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ପାଇଁ ସମର୍ପିତ ମଂଚ ନାଟକ ହେଉଛି ଆହେ ନୀଳ ଶୈଳ । ନାଟକରେ ଐତିହାସକ ପୃଷ୍ଠଭୂମି ରହିଥିବା ବେଳେ ଏଥିରେ ଓଡ଼ିଆ ଉପରେ ମୋଗଲ ମାନଙ୍କ ଆକ୍ରମଣ ଓ ଖୋର୍ଦ୍ଧା ଗଡ଼ ଦଖଲ କରିବାର କାହାଣୀ ରହିଛି ।
ଏହାସହ ମୋଗଲ ଆକ୍ରମଣ ଯୋଗୁଁ ଶ୍ରୀମନ୍ଦିର କିପରି ପ୍ରଭାବିତ ହୋଇଥିଲା ତାକୁ ମଧ୍ୟ ଦର୍ଶାଯାଇଛି । ରେଡିଓ ଚକୋଲେଟ ପ୍ରଡକ୍ସନ୍ ପକ୍ଷରୁ ଏହି ନାଟକ ମଞ୍ଚସ୍ଥ ହୋଇଛି । ମୋଗଲ ଆକ୍ରମଣକାରୀ ତକି ଖାଁଙ୍କ ଆକ୍ରମଣ, ସେତେବେଳର ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବଙ୍କ ନିସଙ୍ଗ ଓ ନିରବଛିନ୍ନ ସଂଗ୍ରାମକୁ ହି ନାଟକରେ ପ୍ରଦର୍ଶିତ ହୋଇଛି।