ଦେବଗଡରେ ଅଘଟଣ, କେନାଲରେ ଭାସିଗଲେ ୧୨ ଜଣ ।

130

କନକ ବ୍ୟୁରୋ: ଗୋହିରା ଡ୍ୟାମର ଗେଟ ଖୋଲିବା ଫଳରେ କେନାଲରେ ଭାସିଗଲେ ୧୨ଜଣ । ଦେବଗଡ ତିଳେଇବଣି ବ୍ଲକ ଦୁଧିଆନାଳୀ ପଞ୍ଚାୟତରେ ଥିବା ଗୋହିରା ମଧ୍ୟମ ଜଳସେଚନ ନଦୀବନ୍ଧର ଗେଟ ଖୋଲିବା କାରଣରୁ ଡ୍ୟାମ ତଳ କେନାଲରେ ଗାଧୋଉଥିବା ଶିଶୁ ଓ ମହିଳାଙ୍କ ସମେତ ୧୨ଜଣ ଭାସିଯାଇଥିଲେ । ଗ୍ରାମବାସୀ ଓ ରିଆମାଳ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି ।

ତେବେ ଗୋହିରା ଡ୍ୟାମ ପରିଚାଳନା ଅଧିକାରୀଙ୍କ ଦାୟିତ୍ୱ ହୀନତା କାରଣରୁ ଏଭଳି ଅଘଟଣ ଘଟିଥିବା ଗାଁଲୋକେ ଅଭିଯୋଗ କରିଛନ୍ତି । କେନାଲରେ ଭାସି ଯାଇଥିବା ସମସ୍ତ ବ୍ୟକ୍ତି ଜାନମୁନାଲି ଗାଁର ବୋଲି ଜଣାପଡିଛି ।