ବିବାଦୀୟ ପାଦ୍ରୀଙ୍କ ସହ ରାହୁଲଙ୍କ ସାକ୍ଷାତ ପରେ ବିଜେପିର ଟାର୍ଗେଟ, ଜାଣନ୍ତୁ କିଏ କଣ କହିଲା

153

କନକ ବ୍ୟୁରୋ : କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଭିତରେ ମୁଣ୍ଡ ଟେକିଛି ବଡ଼ ବିବାଦ । ପୁଣି ଏହି ବିବାଦ ଆଉ କାହାକୁ ନେଇ ନୁହେଁ ଖୋଦ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନେଇ ଆରମ୍ଭ ହୋଇଛି । ବିବାଦ ସେତିକି ବେଳେ ଆରମ୍ଭ ହୋଇଥିଲା ଯେତେବେଳେ ରାହୁଲ ଓ ଜଣେ ପାଦ୍ରୀଙ୍କ ଏକ ଭିଡ଼ିଓ ଭାଇରାଲ ହୋଇଥିିଲା । ଏହି ଭିଡ଼ିଓରେ ଦେଖିବାକୁ ମିଳିଥିଲା କି ଇଶ୍ୱରଙ୍କୁ ନେଇ ଚାଲିଥିଲା ତର୍କବିତର୍କ । ପାଦ୍ରୀଙ୍କୁ ରାହୁଲ ପଚାରିଥିଲେ କି କ’ଣ ‘ଯୀଶୁ ଖ୍ରୀଷ୍ଟ ଭଗବାନଙ୍କ ଏକ ରୂପ? ଏହା କ’ଣ ସତ? ଏହାର ଉତର ରଖିଥିଲେ ପାଦ୍ରୀ ଏବଂ କହିଥିଲେ ନାଁ , ସେ ହିଁ ପ୍ରକୃତ ଇଶ୍ୱର । ଆଉ ବିବାଦୀୟ ପାଦ୍ରୀଙ୍କ ମନ୍ତବ୍ୟରେ ରାଜନୀତି ସରଗରମ ରହିଛି । । ତେବେ ରାହୁଲ ପ୍ରାଦୀଙ୍କୁ ଏପରି ପ୍ରଶ୍ନ ପଚାରିଛନ୍ତି ଯେଉଁଥିପାଇଁ ରାହୁଲଙ୍କ ଉପରେ ବର୍ଷିଛି ବିଜେପି ।

ପାର୍ଦ୍ରୀ ଜର୍ଜ ପୈାନିହା ଆହୁରି ମଧ୍ୟ କହିଛନ୍ତି ଭଗବାନ ନିଜକୁ ଏକ ମାନବ ରୂପରେ ପ୍ରକଟ କରିଛନ୍ତି , ଜଣେ ବାସ୍ତବିକ ମନୁଷ୍ୟ ..କୈାଣସି ଶକ୍ତି ପରି ନୁହେଁ ..ଏଥିପାଇଁ ଆମେ ତାଙ୍କୁ ସକ୍ଷମତାକୁ ଜଣେ ମନୁଷ୍ୟ ଭଳି ଗ୍ରହଣ କରିଛନ୍ତି । ଏହା ପରେ ପରେ ପାଦ୍ରୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି । ଏବଂ ଏହାକୁ ନେଇ ବିଭିନ୍ନ ଦଳର ନେତା ମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଅନ୍ୟପଟେ ବିଜେପି ପ୍ରବକ୍ତା ଶହଜାଦ ପୁନୱାଲ ଏହାକୁ ନେଇ ଏକ ଟ୍ୱିଟ କରିଛନ୍ତି । ଟ୍ୱିଟରେ ଲେଖିଛନ୍ତି ଜର୍ଜ ପୋନ୍ନାହିୟା ରାହୁଲଙ୍କ ପ୍ରଶ୍ନରେ କହିଛନ୍ତି ‘ଶକ୍ତି ଏବଂ ଅନ୍ୟ ହିନ୍ଦୁ ଦେବତାଙ୍କ ବିପରୀତରେ ଯୀଶୁ ହିଁ କେବଳ ଏକମାତ୍ର ଇଶ୍ୱର ଅଟନ୍ତି । ଏବଂ ଜର୍ଜ ପୈାନ୍ନାହିୟାଙ୍କୁ ତାଙ୍କ ହିନ୍ଦୁ ବିରୋଧୀ ଟିପ୍ପଣୀ ପାଇଁ ଗିରଫ କରାଯାଇଥିଲା । ଏବଂ ସେତେବେଳେ ସେ କହିଥିଲେ , ଭାରତମାତାଙ୍କ ଦୂଷିତତା ଆମକୁ ଦୂଷିତ ନକରିବା ପାଇଁ ସେ ଜୋତା ପିନ୍ଧନ୍ତି । ଏହାର ଜବାବରେ କଂଗ୍ରେସ ନେତା ଜୟରାମ ରମେଶ ଏହାକୁ ନେଇ ଏକ ଟ୍ୱିଟ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ‘ଅଡ଼ିଓରେ ଯାହା ବି କିଛି ରେକର୍ଡ଼ କରାଯାଇଛି ସେଥିରେ ଏହାର କୈାଣସି ସମ୍ପର୍କ ନାହିଁ । ଏହା ବିଜେପିର ଘୃଣ୍ୟ ରାଜନୀତି । ଭାରତ ଯୋଡ଼ୋ ଯାତ୍ରାର ସଫଳ ଶୁଭାରମ୍ଭ ଦେଖି ବିଜେପି ହତାଶ ହୋଇପଡ଼ି ଏପରି ଯୋଜନା କରିଛି ।

ରାହୁଲ ଓ ବିବାଦୀୟ ପାଦ୍ରୀଙ୍କ ହୋଇଥିବା ସାକ୍ଷାତକାରର ଭିଡ଼ିଓ ଏବେ ଖୁବ ଜୋରରେ ଭାଇରାଲ ହୋଇଛି । ଏବଂ ଏହାକୁ ନେଇ ଜୋର ଧରିଛି ରାଜନୀତି । ପାଦ୍ରୀଙ୍କ ଏହି ବିବାଦୀୟ ବୟାନ ପରେ ଭାରତ ଯୋଡ଼ୋ ଆନ୍ଦୋଳନ ମଧ୍ୟରେ ଆଉ କେଉଁ କେଉଁ ବିବାଦ ମୁଣ୍ଡ ଟେକିବ ତାହା ଦେଖିବା ବାକି ରହିଲା ।