ଯୋରନ୍ଦା ଗାଦିରେ ବୁଲଡୋଜର ବୁଲିବା ପରେ ନ୍ୟାୟ ମାଗୁଛି କୌପିନ ସମାଜ: କୁଆଡେ ଯିବେ, କେଉଁଠି ରହିବେ ସେନେଇ ଚିନ୍ତାରେ କୌପିନ ବାବା?

1,061

କନକ ବ୍ୟୁରୋ: ଖୋଲା ଆକାଶ ତଳେ ବାବା । ଢେଙ୍କାନାଳ ଯୋରନ୍ଦା ମହିମା ଗାଦିରେ କୌପୁନି ସମାଜଙ୍କର ସବୁ ମନ୍ଦିର ଭାଙ୍ଗିଦେଇଛି ପ୍ରଶାସନ । ଏହାପରେ ଖୋଲା ଆକାଶ ତଳେ ଧୂନି ନିଆଁ ଜାଳି ରହିଛନ୍ତି ବାବା । ରୋଷଶାଳା ଭାଙ୍ଗିଯାଇଥିବାରୁ ଭୋକ ଉପାସରେ ରହିଛନ୍ତି ଏହି ବାବା ମାନେ । ତେଣୁ ଏବେ ନ୍ୟାୟ ଭିକ୍ଷା କରିଛନ୍ତି । ସେମାନେ କେଉଁଠି ରହିବେ ଓ କେମିତି ପୂଜାପାଠ କରିବେ ତାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ଜବର ଦଖଲ ଉଚ୍ଛେଦ କରାଯାଇଛି । ଯାହାକୁ ନେଇ ଉତେଜନାପୁର୍ଣ୍ଣ ପରିସ୍ଥିତି ଦେଖାଦେଇଥିଲା । ତେଣୁ ମହିମା ଗାଦିରେ ଜାରି ରହିଛି ୧୪୪ ଧାରା ।