ମନ୍ତ୍ରୀଙ୍କ ସହ ବୈଠକ ପଡିଲା ମହଙ୍ଗା: ନିଲମ୍ବିତ ହେଲେ ତିନି ଅଧ୍ୟାପକ, ବିଜେପି କହିଲା କେବେ ହେବ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ?

665

କନକ ବ୍ୟୁରୋ: କଲେଜ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ମନ୍ତ୍ରୀଙ୍କ ବିରୋଧରେ କେବେ । ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏଭଳି ପ୍ରଶ୍ନ କରିଛନ୍ତି । ବରଗଡ ଜିଲ୍ଲା ପଦ୍ମପୁରରେ ଉପନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଛି । ଏହି ସମୟରେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ କଲେଜର ଅଧ୍ୟାପକଙ୍କୁ ନେଇ ବୈଠକ କରିଥିଲେ । ଏହି ଅଧ୍ୟାପକ ହେଲେ କଲେଜର ଇତିହାସ ଅଧ୍ୟାପକ କୃଷ୍ଣ ମୋହନ ପଣ୍ଡା, ମାଣ୍ଡୋଶିଳ ଡିଗ୍ରୀ କଲେଜର ଇନଚାର୍ଜ ଅଧ୍ୟକ୍ଷ ବିନୟ ରଂଜନ ପଣ୍ଡା ଏବଂ ରାଜନୀତି ବିଜ୍ଞାନ ଅଧ୍ୟାପକ ସୁଧୀର କୁମାର ରଥ । ଏମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବରଗଡ ଜିଲ୍ଲା ନିର୍ବାଚନ ଅଧିକାରୀ । ନଭେମ୍ବର ୧୯ ତାରିଖରେ ସରକାରୀ ସ୍କୁଲ ଓ ସରକାରୀ କଲେଜର ଅଧ୍ୟାପକକୁ ନେଇ ମନ୍ତ୍ରୀ ରୋହିତ ପୂଜାରୀ ବୈଠକ କରିଥିଲେ । ଏହା ନିର୍ବାଚନ ସଂକ୍ରାନ୍ତୀୟ ଥିଲା ବୋଲି ବିଜେପି ଅଭିଯୋଗ କରିଥିଲା ।