ଦେଶରେ କରୋନା ସଂକ୍ରମଣର ଦ୍ରୁତ ବୃଦ୍ଧି : ଦିନକରେ ଚିହ୍ନଟ ହେଲେ ୧୨ ହଜାର ୨୧୩ ନୂଆ ଆକ୍ରାନ୍ତ

297

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣର ଦ୍ରୁତ ବୃଦ୍ଧି । ୧୨ ହଜାର ଟପିଲା ଦୈନିକ ସଂକ୍ରମଣ । ୨୪ ଘଂଟାରେ ୧୨ ହଜାର ୨୧୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ପାଖାପାଖି ୪୦ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଛି । ଗତକାଲି ୮ ହଜାର ୬୪୧ ପଜିଟିଭ୍ ଚିହ୍ନଟ ହୋଇଥିଲେ । ୧୦୧ ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ୧୦ ହଜାର ପାର କରିଛି । ଦେଶରେ ଏକେ ସକ୍ରିୟ ମାମଲା ୫୮ ହଜାର ୨୧୫ରେ ପହଂଚିଛି ।

ଏବେ ଦୈନିକ ସଂକ୍ରମଣ ହାର ୨ ଦଶମିକ ୩୫ ପ୍ରତିଶତ ରହିଛି । ଗତ ୨୪ ଘଂଟାରେ ମହାରାଷ୍ଟ୍ରରୁ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରୁ ୪ ହଜାର ୨୪ ଜଣ ସଂକ୍ରମିତ ହୋଇଥିବା ବେଳେ କେରଳରୁ ୩ ହଜାର ୪୮୮ ନୂଆ ମାମଲା ଆସିଛି । ସେହିପରି ଦିଲ୍ଲୀରୁ ୧ ହଜାର ୩୭୫, କର୍ଣ୍ଣାଟକରୁ ୬୪୮ ଓ ହରିୟାଣାରୁ ୫୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ମାମଲାରୁ ଏହି ୫ ରାଜ୍ୟରୁ ୮୨ ଦଶମିକ ୯୬ ପ୍ରତିଶତ ମାମଲା ଆସିଛି । ନୂଆ ମାମଲାରୁ କେବଳ ମହାରାଷ୍ଟ୍ରରୁ ୩୨ ଦଶମିକ ୯୫ ପ୍ରତିଶତ ମାମଲା ଆସିଛି ।