ପାକିସ୍ତାନରେ ମୁତୟନ ହେବେ ଚୀନ୍ ସୈନ୍ୟ! ପ୍ରତିରକ୍ଷା ମନ୍ତ୍ରୀ ବାଜୱାଙ୍କୁ ଜଣାଇଲେ ଚୀନ୍ ସରକାର

418

କନକ ବ୍ୟୁରୋ: ପାକିସ୍ତାନରେ କାମ କରୁଥିବା ଚୀନ ନାଗରିକଙ୍କ ଉପରେ ହେଉଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଚୀନ ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ଏଣିକି ନିଜ ଦେଶର ନାଗରିକଙ୍କ ସୁରକ୍ଷା ପାଇଁ ପାକିସ୍ତାନରେ ମୁତୟନ ହେବେ ଚୀନ୍ ସୈନ୍ୟ । ଏହାସହ ପାକିସ୍ତାନରେ ଚୀନ୍ ନାଗରିକଙ୍କ ସୁରକ୍ଷା ପାଇଁ ପାକିସ୍ତାନରେ ମିଲିଟାରୀ ପୋଷ୍ଟ ମଧ୍ୟ ପ୍ରତିଷ୍ଠା କରିବ ଚୀନ୍ । ଏନେଇ ଚୀନ୍ ସରକାର ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ବାହାଦୂର ବାଜୱାଙ୍କୁ ଜଣାଇଦେଇଛନ୍ତି ।

ନିକଟରେ ପାକିସ୍ତାନର ସେନାମୁଖ୍ୟ ଚୀନ୍ ଗସ୍ତରେ ଯାଇ ଚୀନର ବରିଷ୍ଠ ସେନାଧିକାରୀଙ୍କୁ ଭେଟିଥିଲେ । ଏହି ଅବସରରେ ଚୀନ୍ ପକ୍ଷରୁ ପାକିସ୍ତାନରେ ନିର୍ମାଣାଧିନ ଚୀନ୍-ପାକିସ୍ତାନ୍ ଇକୋନୋମିକ୍ କରିଡର (ସିପିଇସି)ରେ କାର୍ଯ୍ୟରତ ଚୀନ୍ ନାଗରିକଙ୍କ ଉପରେ ବେଲୁଚ୍ ବିଦ୍ରୋହୀଙ୍କ ପକ୍ଷରୁ ହେଉଥିବା ଆକ୍ରମଣକୁ ନେଇ ଚିନ୍ତା ଓ ଅସନ୍ତୋଷ ପ୍ରକଟ କରାଯାଇଥିଲା । ପାକିସ୍ତାନର ବେଲୁଚିସ୍ତାନ ବିଶେଷ କରି ଗ୍ୱାଦାର ପୋର୍ଟରେ ମିଲିଟାରୀ ଆଉଟପୋଷ୍ଟ ସ୍ଥାପନ ପାଇଁ ଚୀନ୍ ଚାହୁଁଛି । ଏସବୁ ଆଉଟପୋଷ୍ଟରେ ଚୀନର ସେନା ମୁତୟନ ରହିବେ ଓ ଚୀନ ନାଗରିକଙ୍କ ସୁରକ୍ଷା କରିବେ ବୋଲି ସୂଚନା ରହିଛି ।