ସମ୍ବଲପୁରରେ ଇଦ୍ ପାଇଁ ପ୍ରଶାସନର ପ୍ରସ୍ତୁତି : ମସଜିଦ୍ ଭିତରେ ସୀମିତ ରହିବ ନମାଜ ପାଠ

364

କନକ ବ୍ୟୁରୋ : ଆସନ୍ତାକାଲି ମୁସଲମାନ୍ ସମ୍ପ୍ରଦାୟର ସବୁଠାରୁ ବଡ଼ ପର୍ବ ଇଦ୍ । ଏଥିପାଇଁ ସବୁଠି ପ୍ରସ୍ତୁତି ଜୋରଦାର କରାଯାଇଛି । ତେବେ ସମ୍ବଲପୁରରେ ଏଥର ଇଦ୍-ଅଲ୍-ଫିତର ପର୍ବ ଫିକା ପଡ଼ିବ । ସଂସ୍କୃତିର ସହର ସମ୍ବଲପୁରରେ ଇଦ୍ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସାମ୍ପ୍ରଦାୟିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ନମାଜ ସହରରେ ଥିବା ବିଭିନ୍ନ ମସଜିଦ ଭିତରେ ସୀମିତ ରଖିବାକୁ ପ୍ରଶାସନର ପ୍ରସ୍ତାକୁ ମୁସଲମାନ ସମ୍ପ୍ରଦାୟ ଗ୍ରହଣ କରିଛନ୍ତି । ତେବେ ଇଦ୍ ବେଳେ ସାର୍ବଜନୀନ ସ୍ଥାନ ବଦଳରେ କେବଳ ମସଜିଦରେ ଭିତରେ ନମାଜ ପାଠ କରିବାକୁ ନିଷ୍ପତ୍ତି ନିଆଯାଇଛି । ସହରରେ ଥିବା ଇଦଗାହରେ ସାମୂହିକ ନମାଜ ପାଠକୁ ବି ବାରଣ କରାଯାଇଛି । ଇଦ୍ ସମୟରେ କୌଣସି ବିଶୃଙ୍ଖଳା ସୃଷ୍ଟିରୁ ବିରତ ରହିବାକୁ ଚେତାବନୀ ଦେଇଛି ପ୍ରଶାସନ ।