ସମ୍ବଲପୁରରେ ସଦଭାବନା ଯାତ୍ରା : ଶୋଭାଯାତ୍ରା କଲେ ଶାନ୍ତି କମିଟି; ସାମିଲ ହେଲେ ଉଭୟ ହିନ୍ଦୁ ଓ ମୁସଲମାନ 

143

କନକ ବ୍ୟୁରୋ : ସପ୍ତାହେରୁ ଅଧିକ ସମୟ ଧରି ସମ୍ବଲପୁରରେ ଲାଗି ରହିଛି ଉତ୍ତେଜନା । ଜିଲ୍ଲାରେ କିପରି ଶାନ୍ତି ଫେରିବ, ସେ ନେଇ ନିଆରା ପ୍ରୟାସ କରାଯାଇଛି । ଶାନ୍ତି କମିଟିର ସଦସ୍ୟଙ୍କ ପକ୍ଷରୁ ସଦଭାବନା ରାଲି କରାଯାଇଛି । ହାତରେ ବ୍ୟାନର ଧରି ଉଭୟ ହିନ୍ଦୁ ଓ ମୁସଲମାନ ସାମିଲ ହୋଇଛନ୍ତି ।

ଶୋଭାଯାତ୍ରା ବେଳେ ‘ଆୱାଜ ଦୋ ହମ୍ ଏକ ହେଁ’ ନାରା ଦେଇ ବଡ଼ ବାର୍ତ୍ତା ଦେଇଛନ୍ତି ଶାନ୍ତି କମିଟି ସଦସ୍ୟ । ମହରମ କମିଟି, ବ୍ରାହ୍ମଣ ସମାଜ, ବଡ଼ ବଜାର ଏକତା ମଞ୍ଚ, ମାରୱାଡି ୟୁନିୟନ, ମହିଳା ସମିତି ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଛି । ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ସମ୍ବଲପୁର ଏସପି ବି ଗଙ୍ଗାଧର ।