ଆସନ୍ତାକାଲି କକ୍ଷପଥ ପରିବର୍ତ୍ତନ କରିବ ଆଦିତ୍ୟ ଏଲ-୧, ଟ୍ୱିଟ୍ ଯୋଗେ ସୂଚନା ଦେଲା ଇସ୍ରୋ

119

କନକ ବ୍ୟୁରୋ : ମହାକାଶ ବିଜ୍ଞାନ ଗବେଷଣା ସଂସ୍ଥା ଇସ୍ରୋ ତରଫରୁ ଆଦିତ୍ୟ ଏଲ-୧କୁ ନେଇ ଇଙ୍ଗ ସୂଚନା ଦିଆଯାଇଛି । ଇସ୍ରୋ ତାର ଟ୍ୱିଟ୍ ମାଧ୍ୟମରେ କହିଛି କି ଆସନ୍ତା କାଲି ଅର୍ଥାତ ରବିବାର ଦିନ ଆଦିତ୍ୟ ଏଲ-୧ ତା’ର କକ୍ଷପଥ ପରିବର୍ତ୍ତନ କରିବାକୁ ଯାଉଛି । ରବିବାର ଦିନ ୧୧.୪୫ ମିନିଟରେ କକ୍ଷପଥ ବଦଳାଇବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଆଦିିତ୍ୟ ଏଲ-୧ ୧୬ଦିନ ଧରି ପୃଥିବୀ କକ୍ଷପଥରେ ରହିବ । ଏହାସହ ୧୬ ଦିନ ମଧ୍ୟରେ ୫ଥର କକ୍ଷପଥ ବଦଳାଇବ ଆଦିତ୍ୟ ଏଲ-୧ ।

କହିରଖୁ କି ଚନ୍ଦ୍ରଯାନ-୩ର ସଫଳତା ପରେ ଇସ୍ରୋ ତରଫରୁ ସୂର୍ଯ୍ୟ ଅଭିଯାନ ଆରମ୍ଭ ହୋଇଛି । ଏହି କ୍ରମରେ ଆଜି ଭାରତ ତାର ପ୍ରଥମ ସୂର୍ଯ୍ୟ ଅଭିଯାନ କ୍ରମରେ ଆଦିତ୍ୟ ଏଲ-୧ ଉତକ୍ଷେପଣ କରିଛି । ଆଜି ସକାଳ ୧୧.୫୦ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋର୍ଟା ଠାରେ ଥିବା ସତୀଶ ଧାୱନ ସ୍ପେଶ ଷ୍ଟେସନରୁ ଆଦିତ୍ୟ ଏଲ-୧କୁ ଉତକ୍ଷେପଣ କରିଛି । ଯଦି ଏହା ସଫଳ ହୁଏ ତେବେ ହଜାର ହଜାର ବର୍ଷ ଧରି ସୂର୍ଯ୍ୟରେ ଲୁଚି ରହିଥିବା ରହସ୍ୟକୁ ଭେଦ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ନିଜର ପରିଚୟ ସୃଷ୍ଟି କରିବ ।