ସୈତାନକୁ ସଜ୍ଜା: ଫାଶୀରେ ଝୁଲିବ ଜହ୍ଲାଦ ଯାମିନୀକାନ୍ତ । ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ

886

କନକ ବ୍ୟୁରୋ: ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ନେଇ ବାରିପଦାରୁ ଆସିଲା ବଡ ଖବର । ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଷ୍କର୍ମକାରୀକୁ ମିଳିଲା ଦୃଷ୍ଟାନ୍ତମୂଳକ ସଜା । ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ମିଳିଛି । ଏହି ଜଘନ୍ୟକାଣ୍ଡରେ ବାରିପଦା ସ୍ପେଶାଲ ଜଜ୍ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଅଭିଯୁକ୍ତ ଯାମିନୀକାନ୍ତ ମହାନ୍ତଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ହୋଇଛି ଫାଶୀ ଦଣ୍ଡାଦେଶ ।

ଜୁନ୍ ୧୬ ତାରିଖ ୨୦୧୮ରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଜଣେ ଚତୁର୍ଥ ଶ୍ରେଣୀର ନାବାଳିକାକୁ ରଜ ପର୍ବ ବୁଲାଇ ନେବାର ବାହାନା କରି ଟେକି ନେଇଥିଲା ଏହି ସୈତାନ । ବେତନଟୀ ଥାନା ଗରୁଡ଼ବଶା ଗାଁ ଦାଣ୍ଡରେ ଖେଳୁଥିବା ଜଣେ ୯ ବର୍ଷର ନାବାଳିକା ଉପରେ ପଡ଼ିଥିଲା ମଣିଷ ରୁପୀ ସୈତାନ-ଯାମିନୀକାନ୍ତ ମହାନ୍ତର ନଜର ।

ତେବେ ସାଇକେଲ ଶିଖିବାକୁ ବେଶ ଆଗ୍ରହୀ ଥିବା ଏହି ନାବାଳିକାକୁ ନେଇଯାଇଥିଲା ଯାମିନୀକାନ୍ତ । ସାଇକେଲ ଶିଖାଇ ଦେବା ବାହାନା କରି ପାଖ ଗାଁରେ ହେଉଥିବା ରଜ ପର୍ବ ବୁଲାଇ ନେଇଥିଲା । ଆଉ ସାଇକେଲରେ ବସାଇ ଗାଁ ପାଖ ଜଙ୍ଗଲକୁ ଟେକି ନେଇଥିଲା । ଶେଷରେ ଜଙ୍ଗଲରେ ଜଘଣ୍ୟକାଣ୍ଡ କରି ନାବାଳିକାକୁ ହତ୍ୟା କରିଥିଲା । ଆଉ ଆଜି ତାକୁ ଫାଶୀ ଦଣ୍ଡାଦେଶ ହୋଇଛି ।