ବିଜେପି ଫୋକସରେ ଓଡ଼ିଶା । ଆସନ୍ତା ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, କଟକ ଓ ଅନୁଗୁଳରେ କରିବେ ସଭା, ପୁରୀରେ କରିବେ ରୋଡ ସୋ’ ।

321

କନକ ବ୍ୟୁରୋ : ଆସନ୍ତା ଜୁନ୍ ୨୦ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୁରୀ, ଅନୁଗୁଳ ଓ କଟକରେ ନିର୍ବାଚନୀ ପ୍ରଚାର କରିବା ସହ ପୁରୀରେ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପ-ସଭାପତି ଗୋଲକ ମହାପାତ୍ର ।

ଚଳିତଥର ବିଜେପି ଫୋକସରେ ରହିଛି ଓଡ଼ିଶା । ପୂର୍ବରୁ ଦଳର ତୁଙ୍ଗ ନେତା ଓଡ଼ିଶା ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ୧୦ରେ ଭୁବନେଶ୍ୱରରେ ରୋଡ ସୋ’ କରିଥିବା ବେଳେ ୧୧ରେ କନ୍ଧମାଳ, ବରଗଡ ଓ ବଲାଙ୍ଗୀରରେ ଜନସଭାକୁ ସମ୍ବୋଧିତ କରିଥିଲେ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ପୁଣିଥରେ ମୋଦୀ, ଶାହା ଓ ନଡ୍ଡା ମଧ୍ୟ ଓଡ଼ିଶାରେ ପ୍ରଚାରକୁ ଜୋରଦାର କରିବେ । ଯେଉଁଥିପାଇଁ ଆସନ୍ତା ୧୫ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବା ସହ ରାଉରକେଲା, କଣ୍ଟାବାଞ୍ଜି, ଆସ୍କାର ସୋରଡାରେ ହେବାକୁ ଥିବା ଜନସଭାରେ ଯୋଗଦେବେ । ସେହିଭଳି ୧୭ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସି ସୁନ୍ଦରଗଡ, ହିଞ୍ଜିଳି ଓ ପଦ୍ମପୁରରେ ସଭା କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।