ଦିଲ୍ଲୀଠୁ ହାରିବା ପରେ ମଉଳିଲା ଲକ୍ଷ୍ନୌର ପ୍ଲେ-ଅଫ୍ ଆଶା । ପ୍ରଥମ ବ୍ୟାଟିଂ କରି ୨୦୯ ରନର ଟାର୍ଗେଟ ଦେଇଥିଲା ଦିଲ୍ଲୀ । ୧୯ ରନରେ ହାରିଲା ଏଲଏସଜି ।

156

କନକ ବ୍ୟୁରୋ: ମଉଳିଲା ଲକ୍ଷ୍ନୌର ପ୍ଲେ-ଅଫ୍ ଆଶା । ଗତକାଲି ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସଠୁ ହାରିବା ପରେ ଲକ୍ଷ୍ନୌର ସବୁ ଆଶା ମଉଳି ଯାଇଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୪ ୱିକେଟରେ ୨୦୮ ରନ କରିଥିଲା । ଜବାବରେ ୨୦ ଓଭରରେ ୯ ୱିକେଟ ହରାଇ ୧୮୯ ରନ କରିବାରେ ସକ୍ଷମ ହୋଇଥିଲା ଲକ୍ଷ୍ନୌ । ଫଳରେ ୧୯ ରନରେ ହାରିଥିଲା ଦଳ । ପ୍ରାରମ୍ଭିକ ବ୍ୟାଟରମାନେ ଫେଲ ମାରିବା ପରେ ନିକୋଲାସ ପୁରନ ଏବଂ ଅର୍ଶଦ ଖାନଙ୍କ ଅର୍ଦ୍ଧଶତକ ଯୋଗୁ ଦଳ ଲଢେଇ କରି ମ୍ୟାଚ ହାରିଥିଲା ।

ତେବେ ଲକ୍ଷ୍ନୌ ୧୩ ମ୍ୟାଚରୁ ୬ ଟି ଜିତି ୧୨ ପଏଣ୍ଟ ପାଇଥିବା ବେଳେ ଦିଲ୍ଲୀ ତାର ସମସ୍ତ ୧୪ ମ୍ୟାଚ ଖେଳି ୧୪ ପଏଂଟ ହାସଲ କରିଛି । କିନ୍ତୁ ଏହି ଦୁଇ ଦଳର ରନରେଟ କମ ଥିବାରୁ ସେମାନଙ୍କର ପ୍ଲେ ଅଫ୍ ଅଶା କମ ରହିଛି । ଯଦିଓ ଲକ୍ଷେ୍ମøର ଆଉ ଗୋଟିଏ ମ୍ୟାଚ ବାକି ଅଛି ହେଲେ ରନ ରେଟ କମ ଥିବାରୁ ଲକ୍ଷ୍ନୌ ଜିତିଲେ ବି ପ୍ଲେ-ଅଫ ଯିବା ଆଶା କମ ରହିଛି । ସେପଟେ ଆଜି ରାଜସ୍ଥାନ ଏବଂ ପଞ୍ଜାବ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । ଆଜି ରାଜସ୍ଥାନ ଜିତିଲେ ପ୍ଲେଅଫରେ ପହଂଚିଯିବ । ତେବେ କୋଲକତା ପରେ ରାଜସ୍ଥାନ ଏବଂ ହାଇଦ୍ରାବାଦ ପ୍ଲେ-ଅଫ ଦୌଡରେ ଆଗରେ ଅଛି । ଚତୁର୍ଥ ସ୍ଥାନ ପାଇଁ ଚେନ୍ନାଇ- ବେଙ୍ଗାଳୁର ମଧ୍ୟରେ ଟକ୍କର ଦେଖିବାକୁ ମଳିବ ବୋଲି କୁହାଯାଉଛି ।