ଦୁର୍ଘଟଣା ପରେ ଅଧଘଣ୍ଟା ପର୍ଯ୍ୟନ୍ତ ପହଞ୍ଚିଲାଣି ଆମ୍ବୁଲାନ୍ସ : ଛଟପଟ ହେଉଥିବା ଗୁରୁତରଙ୍କୁ ଜେସିବିରେ ନିଆଗଲା ହସ୍ପିଟାଲ; ଭିଡ଼ିଓ ଭାଇରାଲ

161

କନକ ବ୍ୟୁରୋ : ଆସିଲାନି ଆମ୍ବୁଲାନ୍ସ, ଜେସିବିରେ ରୋଗୀ ବୁହା ହେଲେ । ସ୍ୱାସ୍ଥ୍ୟସେବାର ଏପରି ବିକଳ ଚିତ୍ର ମଧ୍ୟପ୍ରଦେଶର କଟନୀରୁ ଆସିଛି । ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ହସ୍ପିଟାଲ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । କିନ୍ତୁ ୩୦ ମିନିଟ୍ ବିତି ଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚିଲାଣି ।

ତେଣୁ ଜଣେ ଜେସିବି ଡ୍ରାଇଭର ତାଙ୍କୁ ଜେସିବିରେ ହସ୍ପିଟାଲ ନେଇଥିଲେ । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ସ୍ୱାସ୍ଥ୍ୟସେବାର ଏଭଳି ଅବ୍ୟବସ୍ଥା ପାଇଁ ସରକାରଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ମହେଶ ବର୍ମଣ । ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି ।