ପୂର୍ବତନ ଡିଜିପି ଅଭୟଙ୍କୁ ମିଳିଲା ନୂଆ ଦାୟିତ୍ୱ । ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିସନ ଅଧ୍ୟକ୍ଷ ହେଲେ ଅଭୟ

180

କନକ ବ୍ୟୁରୋ: ପୂର୍ବତନ ଡିଜିପିଙ୍କୁ ନୂଆ ଦାୟିତ୍ୱ ଦେଲେ ରାଜ୍ୟ ସରକାର । ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିସନର ଅଧ୍ୟକ୍ଷ ହେଲେ ଅଭୟ । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ତେବେ ଆଗାମୀ ୫ ବର୍ଷ କିମ୍ବା ୬୨ ବର୍ଷ ହେଲା ପର୍ଯ୍ୟନ୍ତ ଅଭୟ ଏହି ପଦରେ କାମ କରିବେ । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ତେବେ କିଛି ଦିନ ତଳେ ଡିଜିପି ପଦରୁ ଅବସର ନେଇଥିଲେ ଅଭୟ ।